ପଞ୍ଜାବ: ଆନ୍ତର୍ଜାତିକ ସୀମାନ୍ତ ନିକଟରୁ ପାକିସ୍ତାନ ନିର୍ମିତ ପିସ୍ତଲ ଓ ହେରୋଇନ୍‌ ଉଦ୍ଧାର କଲା ‘ବିଏସ୍‌ଏଫ୍‌’

Advertisment
ପଞ୍ଜାବ: ଆନ୍ତର୍ଜାତିକ ସୀମାନ୍ତ ନିକଟରୁ ପାକିସ୍ତାନ ନିର୍ମିତ ପିସ୍ତଲ ଓ ହେରୋଇନ୍‌ ଉଦ୍ଧାର କଲା ‘ବିଏସ୍‌ଏଫ୍‌’

Image Courtesy of The Quint

ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁର ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତ ନିକଟ ଧାନକ୍ଷେତ ଭିତରୁ ‘ବିଏସ୍‌ଏଫ୍‌’ ୨୨ଟି ପିସ୍ତଲ୍‌ (ଅଧିକାଂଶ ପାକିସ୍ତାନ ନିର୍ମିତ), ପିସ୍ତଲ ମାଗାଜିନ୍‌ ବା ଗୁଳିମାଳ ଏବଂ ‘ହେରୋଇନ୍‌’ ଉଦ୍ଧାର କରିଛନ୍ତି। ମଙ୍ଗଳବାର ଦିନ ରାଜ୍ୟର ଖେମକରନ ଅଞ୍ଚଳରୁ ଉପରୋକ୍ତ ସାମଗ୍ରୀ ସବୁ ଉଦ୍ଧାର କରାଯାଇଛି।

ସଂକ୍ରାନ୍ତରେ ଗଣମାଧ୍ୟମ ଉଦ୍ଦେଶ୍ୟରେ ଜାରି ଏକ ରିଲିଜ୍‌ରେ ‘ବିଏସ୍‌ଏଫ୍‌’ କହିଛି ଯେ, ପଞ୍ଜାବ ପୁଲିସ ଠାରୁ ପ୍ରାପ୍ତ ଗୁଇନ୍ଦା ସୂଚନା ଆଧାରରେ ତଲାସ କରାଯାଇ ଉପରୋକ୍ତ ସାମଗ୍ରୀ ସବୁ ଉଦ୍ଧାର କରାଯାଇଛି।

publive-image Image Courtesy of The Economic Times

‘ବିଏସ୍‌ଏଫ୍‌’ ଏବଂ ପଞ୍ଜାବ ପୁଲିସ ମିଳିତ ଭାବେ ଏହି ତଲାସ ଅଭିଯାନ ଚଳାଇଥିଲେ ବୋଲି ଏଥିରେ ଉଲ୍ଲେଖ ଅଛି। ଆନ୍ତର୍ଜାତିକ ସୀମାନ୍ତ ଠାରୁ ପ୍ରାୟ ୧୦ ମିଟର ଦୂରରେ ଅବସ୍ଥିତ ଧାନକ୍ଷେତ ଭିତରୁ ତଲାସକାରୀ ଦଳ ପାଇଥିବା ଗୋଟାଏ କାନ୍ଧ ବ୍ୟାଗ୍‌ ମଧ୍ୟରୁ ଉପରୋକ୍ତ ସାମଗ୍ରୀଗୁଡ଼ିକୁ ଉଦ୍ଧାର କରାଯାଇଛି।

୪୪ଟି ମାଗାଜିନ୍‌ ଏବଂ ୧୦୦ ରାଉଣ୍ଡ୍‌ ସହ ଗୋଟାଏ ପ୍ୟାକେଟ୍‌ ଅଫିମ ମଧ୍ୟ ମିଳିଥିବା କଥା ତଲାସକାରୀ ଦଳ କହିଛନ୍ତି।

ଏହି ମାମଲାରେ ‘ନାକ୍ରୋଟିକ୍ସ୍‍ ଡ୍ରଗ୍‌ସ୍‌ ଆଣ୍ଡ୍‌ ସାଇକୋଟ୍ରଫିକ୍‌ ସବ୍‌ଷ୍ଟାନ୍‌ସ୍‌ ଆକ୍ଟ୍‌’ ଏବଂ ‘ଫରେନର୍ସ ଆକ୍ଟ୍‌’ରେ ଅଜ୍ଞାତ ବ୍ୟକ୍ତିବିଶେଷଙ୍କ ବିରୋଧରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇଛି।

ଜବତ ସାମଗ୍ରୀଗୁଡ଼ିକୁ ପଞ୍ଜାବ ପୁଲିସକୁ ହସ୍ତାନ୍ତର କରାଯାଇଥିବା କଥା ‘ବିଏସ୍‌ଏଫ୍‌’ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe