ପଞ୍ଜାବର ମୋହାଲି ଜିଲ୍ଲାରେ ଭୁଶୁଡ଼ିଲା କୋଠା, ୨ଜଣଙ୍କ ମୃତ୍ୟୁ

Advertisment
ପଞ୍ଜାବର ମୋହାଲି ଜିଲ୍ଲାରେ ଭୁଶୁଡ଼ିଲା କୋଠା, ୨ଜଣଙ୍କ ମୃତ୍ୟୁ

twitter

ଚଣ୍ଡିଗଡ଼: ପଞ୍ଜାବର ମୋହାଲି ଜିଲ୍ଲାର ଡେରାବାସୀ ଅଞ୍ଚଳରେ କୋଠା ଭୁଶୁଡିବା ଖବର ସାମ୍ନାକୁ ଆସିଛି । ଖବର ପାଇ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏନଡିଆରଏଫର ମହାନିର୍ଦ୍ଦେଶକ ଟ୍ୱିଟ୍ କରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଏବେ କ‌ୋଠାର ଭଗ୍ନସ୍ତୁପ ତଳେ ଚାପି ହୋଇ ରହିଥିବା ଅ ।

ସୂଚନାନୁସାରେ, କୋଠାଟି ନିର୍ମାଣାଧୀନ ଥିଲା ଏବଂ ସେଠାରେ ଶ୍ରମିକମାନେ କାର୍ଯ୍ୟ କରୁଥିଲେ। ଆହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଉପସ୍ଥିତ ଅଛି। ପୁଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ନଗର ପରିଷଦ ଅଧିକାରୀ ଏବଂ ଡେରାବାସିର ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି ଯେ, ଡେରାବାସି ମୁଖ୍ୟ ବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି, କ‌ୋଠାର ଭଗ୍ନସ୍ତୁପ ତଳେ ପୋତି ହୋଇଥିବା ଅନେକ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ ହୋଇଛି।

ଏହା ପୂର୍ବରୁ ମହାରାଷ୍ଟ୍ରର ଭିୱାଣ୍ଡିରେ ଏକ ୩ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଘଟଣା ପରେ ୩୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨୫ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe