କଂଗ୍ରେସ କନ୍ଦଳରେ ଲାଗିଲା ବ୍ରେକ୍, ସିଦ୍ଧୁଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

Advertisment
କଂଗ୍ରେସ କନ୍ଦଳରେ ଲାଗିଲା ବ୍ରେକ୍, ସିଦ୍ଧୁଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ସିଦ୍ଧୁ ବନାମ ଅମରିନ୍ଦର ସିଂ ମଧ୍ୟରେ କଳହରେ ଲାଗିଲା ବ୍ରେକ୍ ଲାଗିବ । ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କୁ ଦଳ ଚୟନ କରିବା ପରେ ୨୩ ତାରିଖରେ ହେବାକୁ ଥିବା ଦାୟିତ୍ୱ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଯୋଗଦେବେ ବୋଲି ଜଣାପଡିଛି।

ପଞ୍ଜାବ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଭାପତି କୁଲଜିତ୍ ନାଗ୍ରା ଏବଂ ସଙ୍ଗତ ସିଂ ଗିଲଜିଆନ୍ ମୋହାଲିସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଫାର୍ମ ହାଉସରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଭେଟି ନବଜୋତ ସିଂ ସିଦ୍ଧୁଙ୍କ ଦସ୍ତଖତ ଥିବା ନିମନ୍ତ୍ରଣ ପତ୍ରକୁ ହସ୍ତାନ୍ତର କରିଥିଲେ। ନିମନ୍ତ୍ରଣ ପତ୍ର ପାଇବା ପରେ ସେ ନିଶ୍ଚୟ ଯୋଗ ଦେବେ ବୋଲି କହନ୍ତି |

publive-image Deccan Herald

ଏବେ ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦଳର ହାଇକମାଣ୍ଡ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ସମାରୋହରେ ଯୋଗଦେବାକୁ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ସମରୋହସ୍ଥଳକୁ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ ରାୱତଙ୍କ ସହ ଅମରିନ୍ଦର ସିଂ ଯିବେ ବୋଲି ଜଣାପଡ଼ିଛି। ସମାରୋହ ପୂର୍ବରୁ ଏକ ଚା' ପାର୍ଟିର ଆୟୋଜନ କରାଯାଇଛି । ଏହି ପାର୍ଟିରେ ଦଳର ସମସ୍ତ ବିଧାୟକଙ୍କ ସହ କ୍ୟାପଟେନ୍ ଯୋଗଦେବେ ବୋଲି କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ପଞ୍ଜାବ କଂଗ୍ରେସର ବର୍ତ୍ତମାନ ଅଧ୍ୟକ୍ଷ ଥିବା ସୁନିଲ ଝାକଡଙ୍କ ସ୍ଥାନରେ ସିଦ୍ଧୁ ଦାୟିତ୍ୱ ନେବେ । ତେବେ କେନ୍ଦ୍ର କଂଗ୍ରେସର ଏଭଳି ନିଷ୍ପତ୍ତି ପରେ ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ କିଛିଟା ବିବାଦ ଦେଖା ଦେଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ କି, ମୋ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ସର୍ବସାଧାରଣରେ ସିଦ୍ଧୁ କ୍ଷମା ନମାଗିବା ଯାଏ ସେ ତାଙ୍କ ସହିତ ଭେଟ ହେବେ ନାହିଁ । ହେଲେ ସିଦ୍ଧୁଙ୍କ ସମର୍ଥକ ଏହି ଦାବି ମାନିବାକୁ ମନାକରିଦେଇଥିଲେ | ଏହା ପରେ ବିବାଦ ବଢିବା ନେଇ ଆଶଙ୍କା କରାଯାଉଥିଲା | ହେଲେ ଏବେ ବିବାଦର ସମାଧାନ ହୋଇପାରେ ବୋଲି ଆଶା କରାଯାଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe