Image Courtesy of India Today
ନୂଆଦିଲ୍ଲୀ: ପେଟରେ ଯନ୍ତ୍ରଣା ହେବାରୁ ବୁଧବାର ବିଳମ୍ବିତ ରାତ୍ରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ଦିଲ୍ଲୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସଂଗୃହୀତ ସୂଚନା ଅନୁସାରେ, ସମ୍ପ୍ରତି ଜାତୀୟ ରାଜଧାନୀର ସରିତା ବିହାର ଅଞ୍ଚଳରେ ଅବସ୍ଥିତ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ମୁଖ୍ୟମନ୍ତ୍ରୀ ମାନ୍ଙ୍କର ପେଟରେ ସଂକ୍ରମଣ ହୋଇଛି।
ରାଜ୍ୟରେ ଦୁଇଜଣ ଗ୍ୟାଙ୍ଗ୍ଷ୍ଟର୍ଙ୍କୁ ନିପାତ କରିବାରେ ସଫଳ ହୋଇଥିବା ରାଜ୍ୟ ପୁଲିସ ଏବଂ ‘ଆଣ୍ଟି-ଗ୍ୟାଙ୍ଗ୍ଷ୍ଟର୍ ଟାସ୍କ୍ ଫୋର୍ସ’ଙ୍କୁ ବୁଧବାର ଦିନ ବେଳା ପଞ୍ଜାବର ମୁଖ୍ୟମନ୍ତ୍ରୀ ମାନ୍ ଅଭିନନ୍ଦନ ଜଣାଇଥିଲେ।
Image Courtesy of The Tribuneସୂଚନାଯୋଗ୍ୟ, ବୁଧବାର ଦିନ ଅମୃତସର ଅନ୍ତର୍ଗତ ଭାଙ୍କା ଗ୍ରାମରେ ପଞ୍ଜାବ ପୁଲିସ ସହ ଗୁଳି ବିନିମୟ କରି ଗ୍ୟାଙ୍ଗ୍ଷ୍ଟର୍ ଜଗରୂପ ସିଂହ ରୂପା ଏବଂ ମନ୍ପ୍ରୀତ୍ ସିଂହ ଓରଫ ମନ୍ନୁ କୁସା ନିହତ ହୋଇଥିଲେ। ସେମାନେ ଗାୟକ ସିଦ୍ଧୁ ମୂସେୱାଲାଙ୍କ ହତ୍ୟାକାଣ୍ଡରେ ଜଡ଼ିତ ଥିଲେ। ପ୍ରାୟ ୫ ଘଣ୍ଟାକାଳ ଗୁଳି ବିନିମୟ କରିବା ପରେ ପୁଲିସ ଦୁଇ ଗ୍ୟାଙ୍ଗ୍ଷ୍ଟର୍ଙ୍କୁ ନିପାତ କରିଥିଲେ।
ଜାରି ହୋଇଥିବା ବିବୃତିରେ ମାନ୍ କହିଥିଲେ, ଆମ୍ ଆଦ୍ମି ପାର୍ଟି ନେତୃତ୍ବାଧୀନ ପଞ୍ଜାବ ସରକାର ରାଜ୍ୟରେ ଥିବା ଗ୍ୟାଙ୍ଗ୍ଷ୍ଟର୍ ଏବଂ ଅସାମାଜିକ ତତ୍ତ୍ବଙ୍କ ବିରୋଧରେ ନିର୍ଣ୍ଣାୟକ ସଂଗ୍ରାମ ଆରମ୍ଭ କରିଛନ୍ତି।
ଜୁଲାଇ ୭ ତାରିଖ ଦିନ ମାନ ପାରମ୍ପରିକ ଶିଖ୍ ବିବାହ ଅନୁଷ୍ଠାନ ‘ଆନନ୍ଦ କରଜ’ ଅନୁସାରେ, ଡାକ୍ତର ଗୁର୍ପ୍ରୀତ୍ କୌର୍ଙ୍କୁ ବିବାହ କରିଥିଲେ।
Follow Us