ବଢ଼ିବନି ଘରୋଇ ବିଦ୍ୟାଳୟଗୁଡ଼ିକର ଫି‘, ନିଜ ପସନ୍ଦର ଦୋକାନରୁ ବହି-ୟୁନିଫର୍ମ କିଣିପାରିବେ ମାତାପିତା: ଭଗୱନ୍ତ ମାନ

Advertisment
ବଢ଼ିବନି ଘରୋଇ ବିଦ୍ୟାଳୟଗୁଡ଼ିକର ଫି‘, ନିଜ ପସନ୍ଦର ଦୋକାନରୁ ବହି-ୟୁନିଫର୍ମ କିଣିପାରିବେ ମାତାପିତା: ଭଗୱନ୍ତ ମାନ

ଚଣ୍ଡିଗଡ଼: ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବା ପରେ ଆକ୍ସନ ମୋଡ଼ରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ରାଜ୍ୟବାସୀଙ୍କ ହିତ ପାଇଁ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରିବା ସହ ପୂର୍ବରୁ ଲାଗୁ ହୋଇଥିବା ଅନେକ ନିୟମରେ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ମାନ । ଯୁବପିଢ଼ିଙ୍କୁ ଚାକିରି ଦେବା ନେଇ ବଡ଼ ଘୋଷଣା କରିବା ପରେ ଏବେ ଶିକ୍ଷା କ୍ଷେତ୍ର ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି।

ଏକ ଭିଡିଓ ରିଲିଜ୍ କରି ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ଯେ ଘରୋଇ ବିଦ୍ୟାଳୟଗୁଡ଼ିକ ଏବେ ସ୍କୁଲ ଫି’ ବୃଦ୍ଧି କରିପାରିବେ ନାହିଁ। ଚଳିତ ବର୍ଷ ହେବାକୁ ଥିବା ଆଡମିଶନରେ ଫି’ ବୃଦ୍ଧି କରିବାକୁ ବିଦ୍ୟାଳୟଗୁଡ଼ିକୁ ଅନୁମତି ଦିଆଯିବ ନାହିଁ। ଏହା ବ୍ୟତୀତ ସେ କହିଛନ୍ତି ଯେ କୌଣସି ବିଦ୍ୟାଳୟ ବହି ଏବଂ ପୋଷାକ କିଣିବାକୁ କୌଣସି ନିର୍ଦ୍ଦିଷ୍ଟ ଦୋକାନକୁ ଯିବାକୁ ପିତାମାତାଙ୍କୁ କହିପାରିବେ ନାହିଁ। ପିତାମାତାମାନେ ସେମାନଙ୍କ ସୁବିଧା ଅନୁଯାୟୀ ବହି ଏବଂ ପୋଷାକ କିଣିବାକୁ ସକ୍ଷମ ହେବେ।

publive-image news18

ଏହାପୂର୍ବରୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମାନ ପଞ୍ଜାବରେ ଘରକୁ ଘର ରାସନ ପହଞ୍ଚାଇବା ପାଇଁ ‘ଡୋର ଷ୍ଟେପ୍ ଡେଲିଭରି’ ଆରମ୍ଭ କରିବାକୁ ଘୋଷଣା କରିଥିଲେ, ଯେଉଁଥିରେ ଅଧିକାରୀମାନେ ଲୋକମାନଙ୍କୁ ଫୋନ କରି ସମୟ ମାଗିବେ ଏବଂ ତା’ପରେ ସେମାନେ ସେମାନଙ୍କ ଘରେ ରାସନ ପହଞ୍ଚାଇବେ। ଏହା ସହିତ ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe