ପଞ୍ଚକୁଲା: ନୂଆ ମୋଡ଼ ନେଉଛି ପଞ୍ଜାବର ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ମହମ୍ମଦ ମୁସ୍ତାଫା ଏବଂ ପୂର୍ବତନ ପଞ୍ଜାବ ମନ୍ତ୍ରୀ ରଜିଆ ସୁଲତାନାଙ୍କ ପୁଅ ଅକିଲ ଅଖତରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା। ଏହି ମାମଲାର ତଦନ୍ତ କରି ପୁଲିସ୍ ଏବେ ଭିନ୍ନ ଭିନ୍ନ ତଥ୍ୟ ହାତଉଛି। ଅକିଲଙ୍କ ମୃତ୍ୟୁ ପରେ ବାପା ମହମ୍ମଦ ମୁସ୍ତାଫା, ମାଆ ରଜିଆ ସୁଲତାନା, ସେମାନଙ୍କ ଝିଓ ଓ ବୋହୂ ସମେତ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା।
ଅକିଲଙ୍କ ପଡ଼ୋଶୀ ଶମସୁଦ୍ଦିନଙ୍କ ଅଭିଯୋଗ ଆଧାରରେ ଏହି ଏଫଆଇଆର ରୁଜୁ କରାଯାଇଥିଲା। ଯିଏକି ପୋଲିସ କମିସନରଙ୍କୁ ଭେଟି ଅଭିଯୋଗ ଦାଖଲ କରିଥିଲେ।
ଏବେ ଏହି ମାମଲା ଆହୁରି ଜଟିଳ ଦିଗକୁ ଗତି କରୁଛି। କାରଣ ପରିବାର ବିରୋଧରେ ଗମ୍ଭୀର ଅଭିଯୋଗ କରାଯାଇଛି। ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ ଅକିଲଙ୍କ ପତ୍ନୀ ଏବଂ ତାଙ୍କ ବାପା ମହମ୍ମଦ ମୁସ୍ତାଫାଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିଲା। କେବଳ ସେତିକି ନୁହେଁ; ପୂର୍ବତନ ମନ୍ତ୍ରୀ ରଜିଆ ସୁଲତାନା ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ ବୋଲି ଅଭିଯୋଗ ଆସିଛି।
ଆହୁରି ପଢ଼ନ୍ତୁ: ସମ୍ମାନ ରକ୍ଷା ପାଇଁ ବାପା ଚାରିଥର ଗୁଳି ଚଳାଇଥିଲେ !
ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଆଧାର ପାଲଟିଥିଲା
ଅକ୍ଟୋବର ୧୬ ତାରିଖରେ ବିଳମ୍ବିତ ରାତିରେ ଅକିଲ ଅଖତର (୩୫)ଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ଏକ ଭିଡିଓ ଆଧାରରେ ପଞ୍ଚକୁଲା ମନସା ଦେବୀ ଥାନାରେ ମାମଲା ରୁଜୁ କରାଯାଇଥିଲା। ପରିବାର ପକ୍ଷରୁ ପ୍ରଥମେ ରିପୋର୍ଟ କରାଯାଇଥିଲା କି ଅକିଲଙ୍କ ମୃତ୍ୟୁ ନିଶା ଓଭରଡୋଜ୍ ଯୋଗୁ ହୋଇଛି।
ପରେ ଅଗଷ୍ଟ ୨୭ ତାରିଖରେ ଆକିଲଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିବାର ଗମ୍ଭୀର ଅଭିଯୋଗ ଆଣିଥିଲେ। ଭିଡିଓରେ ସେ ତାଙ୍କ ବାପା ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅବୈଧ ସମ୍ପର୍କ ବିଷୟରେ ମଧ୍ୟ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ମଧ୍ୟ।
ଆହୁରି ପଢ଼ନ୍ତୁ: ପଥରରେ ଛେଚି ହତ୍ୟା ମାମଲା: ‘ଭାଉଜକୁ ଶୋଧିଥିଲା, ମାରିଦେଲି’
murder | extramarital affair