ଭୟଙ୍କର ବନ୍ୟା ପରିସ୍ଥିତି ଦେଖି ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ହରଭଜନ

ପଞ୍ଜାବର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ହରଭଜନ ମୋଟ ୧୧ଟି ଷ୍ଟିମର ଡଙ୍ଗା ଦାନ କରିଛନ୍ତି। ପ୍ରତ୍ୟେକ ଡଙ୍ଗାର ମୂଲ୍ୟ ପ୍ରାୟ ୪.୫ ରୁ ୫.୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

f39843b7-8766-478a-8a53-b34503ad8760

ପଞ୍ଜାବ: ପ୍ରବଳ ମୌସୁମୀ ବର୍ଷା ଏବଂ ନଦୀ ବନ୍ଧ ଭାଙ୍ଗିବା ଯୋଗୁଁ ଗତ କିଛି ସପ୍ତାହ ଧରି ପଞ୍ଜାବ ଗମ୍ଭୀର ବନ୍ୟା ପରିସ୍ଥିତି ଦେଇ ଗତି କରୁଛି। ଯାହା ଲୋକଙ୍କୁ ବହୁ ପରିମାଣରେ ବିସ୍ଥାପିତ କରିବା ସହିତ ଫସଲ ମଧ୍ୟ କ୍ଷତିଗ୍ରସ୍ତ କରିଛି। ଅନେକ ଜିଲ୍ଲା ଏବେ ବି ବୁଡ଼ି ରହିଛି। ରାଜ୍ୟ ସରକାର, ସ୍ୱେଚ୍ଛାସେବୀ ଗୋଷ୍ଠୀ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଏଭଳି ସମୟରେ  ପୂର୍ବତନ ଭାରତୀୟ ସ୍ପିନର ତଥା ରାଜ୍ୟସଭା ସାଂସଦ ହରଭଜନ ସିଂହ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ହରଭଜନ ତାଙ୍କ ସାଂସଦ ପାଣ୍ଠିରୁ ରିଲିଫ୍ କାର୍ଯ୍ୟ ପାଇଁ ଆଠଟି ଷ୍ଟିମର ଡଙ୍ଗା ମଞ୍ଜୁର କରିଛନ୍ତି ଏବଂ ନିଜସ୍ୱ ସମ୍ବଳରୁ ଆଉ ତିନୋଟି ଡଙ୍ଗା ମଧ୍ୟ ଦାନ କରିଛନ୍ତି।

ସୂତ୍ରରୁ ପ୍ରକାଶ, ହରଭଜନ ମୋଟ ୧୧ଟି ଷ୍ଟିମର ଡଙ୍ଗା ଦାନ କରିଛନ୍ତି। ପ୍ରତ୍ୟେକ ଡଙ୍ଗାର ମୂଲ୍ୟ ପ୍ରାୟ ୪.୫ ରୁ ୫.୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କେବଳ ଏତିକି ନୁହେଁ ହରଭଜନ ଗୁରୁତର ଅସୁସ୍ଥ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲକୁ ସୁଗମ ଭାବରେ ନେବାଆଣିବା କରିବା  ପାଇଁ ତିନୋଟି ଆମ୍ବୁଲାନ୍ସ ମଧ୍ୟ କିଣିଛନ୍ତି।

କ୍ରିକେଟରରୁ ରାଜନେତା ପାଲଟିଥିବା ହରଭଜନ ସିଂହଙ୍କ ଅନୁରୋଧରେ ଏକ କ୍ରୀଡା ସଂଗଠନ ୩୦ ଲକ୍ଷ ଟଙ୍କା ଦାନ କରିଥିବା ତାଙ୍କର ଦୁଇ ଘନିଷ୍ଠ ବନ୍ଧୁ ଯଥାକ୍ରମେ ୧୨ ଲକ୍ଷ ଏବଂ ୬ ଲକ୍ଷ ଟଙ୍କା ଦାନ କରିଛନ୍ତି।

ଆମ ଆଦମୀ ପାର୍ଟି (ଆପ) ରାଜ୍ୟସଭା ସଦସ୍ୟ ହରଭଜନ ସିଂହ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ।ଖାଦ୍ୟ ଏବଂ ଔଷଧ ଭଳି ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକ ମଧ୍ୟ ପ୍ରଭାବିତ ପରିବାରକୁ ନିୟମିତ ଭାବରେ ପହଞ୍ଚାଯାଉଛି। ଆବଶ୍ୟକ ହେଲେ ଅଧିକ ସାହାଯ୍ୟ ଯୋଗାଇ ଦିଆଯିବା ସହିତ ବୋଲିହରଭଜନ ସିଂହ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe