ଲୋକୋପାଇଲଟଙ୍କୁ ଛାଡ଼ି ୮୪କିମି ପର୍ଯ୍ୟନ୍ତ ଧାରଣାରେ ଦୌଡ଼ିଲା ମାଲବାହୀ ଟ୍ରେନ: ଉଚ୍ଚସ୍ତରୀୟ ତଦନ୍ତ ନି‌‌ର୍ଦ୍ଦେଶ

Advertisment
ଲୋକୋପାଇଲଟଙ୍କୁ ଛାଡ଼ି ୮୪କିମି ପର୍ଯ୍ୟନ୍ତ ଧାରଣାରେ ଦୌଡ଼ିଲା ମାଲବାହୀ ଟ୍ରେନ: ଉଚ୍ଚସ୍ତରୀୟ ତଦନ୍ତ ନି‌‌ର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର କାଠୁଆ ରେଲଓ୍ୱେ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟଜନକ ଘଟିଥିବା ବେଳେ ଏକ ବଡ଼ଧରଣ ଦୁର୍ଘଟଣା ଟଳି ଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, କାଠୁଆ ରେଳ ଷ୍ଟେସନରେ ଏକ କଙ୍କ୍ରିଟ ବୋଝେଇ ମାଲବାହୀ ଟ୍ରେନକୁ ଅଟକାଇ ଲୋକୋପାଇଲଟ ଓ ସହଲୋକୋପାଇଲଟ ଚା' ପିଇବାକୁ ଚାଲିଯାଇଥିଲେ। ଏହି ସମୟରେ ସେମାନେ ହ୍ୟାଣ୍ଡ ବ୍ରେକ ଦେବାରେ ଅବହେଳା କରି ଦେଇଥିଲେ। ଫଳରେ ମାଲବାହୀ ଟ୍ରେନ ସଂଖ୍ୟା ୧୪୮୦୬ଆରଟି କେହି କିଛି ବୁଝିବା ପୂର୍ବରୁ ଲୋକୋପାଇଲଟ ବିନା ଧାରଣାରେ ଦୌଡ଼ିଥିଲା। ଏପରି ଭାବେ ଟ୍ରେନଟି ୮୪କିଲୋମିଟର ପର୍ଯ୍ୟନ୍ତ ଚାଲିଯାଇଥିଲା।

ଲୋକୋପାଇଲଟ ବିନା ଚାଲୁଥିବା ଟ୍ରେନକୁ ଦେଖି ସ୍ଥାନୀୟଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ଏହି ମାଲବାହୀ ଟ୍ରେନକୁ ଅଟକାଇବା ପାଇଁ ଅଧିକାରୀମାନେ ଅନେକ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥି‌ଲେ। ଏହାପ‌ରେ ଯାତ୍ରୀବାହୀ ଟ୍ରେନର ପାଇଲଟ ଏବଂ କର୍ମଚାରୀଙ୍କ ସହାୟତାରେ ଦାଶୁହା ନିକଟ ଉଚ୍ଚା ବସ୍ତି ଅଞ୍ଚଳରେ କଙ୍କ୍ରିଟ ବୋଝେଇ ମାଲବାହୀ ଟ୍ରେନକୁ ବହୁ କଷ୍ଟରେ ଅଟକା ଯାଇଥିଲା।

ଏହି ଘଟଣାରେ ରେଳବାଇ ଅଧିକାରୀ ଲୋକୋପାଇଲଟ ଓ ସହଲୋକୋପାଇଲଟଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ନି‌‌ର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ପାଇଁ ଏକ ଟିମ ଫିରୋଜପୁରରୁ ଘଟଣାସ୍ଥଳରେ ଯାଇ ପହଞ୍ଚିଛି।

ସୌଭାଗ୍ୟବଶତଃ ଏହି ଅଘଟଣରେ କାହାକୁ କିଛି ଆଘାତ ପହଞ୍ଚି ନାହିଁ କି କିଛି ସାମଗ୍ରୀ ନଷ୍ଟ ହୋଇନାହିଁ। ଅଳ୍ପକେ ଏକ ବଡ଼ ବିପଦ ଟଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe