ଆସ୍ଥା ଭୋଟକୁ ନେଇ ମାନ୍ ସରକାରଙ୍କୁ ଝଟକା, ଦିନିକିଆ ବିଧାନସଭା ଅଧିବେଶନକୁ ଅନୁମତି ଦେଲେନି ରାଜ୍ୟପାଳ

Advertisment
ଆସ୍ଥା ଭୋଟକୁ ନେଇ ମାନ୍ ସରକାରଙ୍କୁ ଝଟକା, ଦିନିକିଆ ବିଧାନସଭା ଅଧିବେଶନକୁ ଅନୁମତି ଦେଲେନି ରାଜ୍ୟପାଳ

ଚଣ୍ଡୀଗଡ଼: ପଞ୍ଜାବର ଆମ୍ ଆଦମୀ ପାର୍ଟି(ଆପ୍) ସରକାର ସେପ୍ଟେମ୍ବର ୨୨ରେ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଇ ଆସ୍ଥା ଭୋଟ୍ କରିବାକୁ ଚାହୁଁଥିଲେ। ପଞ୍ଜାବରେ ଆପ୍ ସରକାରକୁ ହଟାଇବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରି ଆପ୍ ଆସ୍ଥା ଭୋଟ କରିବ ବୋଲି ଘୋଷଣା କରିଥିଲା। ହେଲେ ବର୍ତ୍ତମାନ ରାଜ୍ୟପାଳ ସ୍ୱତନ୍ତ୍ର ଅଧିବେଶନକୁ ବାତିଲ କରିଦେଇଥିବା ଜଣାପଡ଼ିଛି। ରାଜ୍ୟପାଳ ବନୱାରିଲାଲ ପୁରୋହିତ କହିଛନ୍ତି ଯେ ଏଭଳି ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ବିଧାନସଭାର ନିୟମରେ ନାହିଁ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଥିଲା ଯେ ରାଜ୍ୟରେ ଭଗୱନ୍ତ ମାନ ନେତୃତ୍ୱାଧୀନ ସରକାରକୁ ହଟାଇବାକୁ ବିଜେପି ଚେଷ୍ଟା କରୁଛି। କେବଳ ଏତିକି ନୁହେଁ ୧୦ଜଣ ବିଧାୟକଙ୍କୁ ୨୦-୨୫କୋଟି ଟଙ୍କା ଦେବାକୁ ଅଫର ଦେଇଛି। ଗଣମାଧ୍ୟମକୁ ସମ୍ବୋଧିତ କରି ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚୀମା ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ‘ଅପରେସନ୍ ଲୋଟସ୍’ ଆରମ୍ଭ କରିବା ସହ ବିଜେପି କିଛି ଆପ୍ ବିଧାୟକଙ୍କୁ ଯୋଗାଯୋଗ କରିଛି। ବରିଷ୍ଠ ଆପ୍ ନେତା ଦାବି କରିଥିଲେ ଯେ ୭ରୁ ୧୦ଜଣ ଆପ୍ ବିଧାୟକଙ୍କୁ ଟଙ୍କା ଏବଂ ମନ୍ତ୍ରୀ ପଦର ଲୋଭ ଦିଆଯାଇ ଯୋଗାଯୋଗ କରାଯାଇଛି। କିଛି ବିଜେପି କର୍ମୀ ଟେଲିଫୋନ୍ ଯୋଗେ ଆମ ବିଧାୟକଙ୍କୁ ଯୋଗାଯୋଗ କରୁଛନ୍ତି। ଦିଲ୍ଲୀର ବଡ ନେତାଙ୍କ ସହ ତାଙ୍କର ସାକ୍ଷାତ ପାଇଁ ବ୍ୟବସ୍ଥା କରାଯିବ ଏବଂ ତାଙ୍କୁ ୨୫କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇ ଦଳ ସହ ବିଶ୍ବାସଘାତକତା କରିବାକୁ କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe