ସ୍ବତନ୍ତ୍ର ଅଧିବେଶନ ପାଇଁ ମନା କଲେ ପଂଜାବ ରାଜ୍ୟପାଳ

Advertisment
ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ରକେଟ ଲଂଚରରେ ଉଡାଇଦେବୁ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଲେ ଆତଙ୍କବାଦୀ

India Ahead

ଅମୃତସର : ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇଥିଲେ। ଆସ୍ଥା ଭୋଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଅଧିବେଶନ ଡାକିଥିଲେ। କିନ୍ତୁ ପଂଜାବ ରାଜ୍ୟପାଳ ବନୱରିଲାଲ ପୁରୋହିତ ଏଥିପାଇଁ ଅନୁମତି ଦେଇନାହାନ୍ତି। କେବଳ ଆସ୍ଥା ଭୋଟ୍‌ ପାଇଁ ସ୍ବତନ୍ତ୍ର ଅଧିବେଶନ ଡାକିବା ନେଇ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ ଦର୍ଶାଇ ରାଜଭବନ ପକ୍ଷରୁ ଏଭଳି ଏକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ‌ତେବେ ରାଜ୍ୟପାଳଙ୍ଗ ନିଷ୍ପତ୍ତିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଡ଼ା ସମାଲୋଚନା କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଦେଶରେ ଗଣତନ୍ତ୍ର ଶେଷ ହୋଇଗଲା ଭଳି ଲାଗୁଛି। ଆଜିର ଦିନରେ ସମ୍ବିଧାନ ଗୋଟିଏ ପାର୍ଶ୍ବରେ ଥିବାବେଳେ ‘ଅପ‌ରେସନ ଲୋଟସ୍‌’ ଅପର ପାର୍ଶ୍ବରେ ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରତାପ ସିଂହ ବଜୱା, କଂଗ୍ରେସ ନେତା ସୁଖପାଲ ସିଂହ ଖଇରା ଏବଂ ପଂଜାବ ବିଜେପି ମୁଖ୍ୟ ଅଶ୍ବନୀ ଶର୍ମା ପ୍ରମୁଖ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ବିନା କାରଣରେ ସ୍ବତନ୍ତ୍ର ଅଧିବେଶନ ଡକାଇବା ନେଇ କୌଣସି ଆଇନଗତ ବ୍ୟବସ୍ଥା ନାହିଁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe