ସର୍ଜିକାଲ ଷ୍ଟାଇକ୍‌ ପରେ ପଞ୍ଜାବର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି, ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ 

Advertisment
ସର୍ଜିକାଲ ଷ୍ଟାଇକ୍‌ ପରେ ପଞ୍ଜାବର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି, ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ 

ଚଣ୍ଡିଗଡ଼: ପାକିସ୍ତାନର ବାଲାକୋଟ ଓ ପାକ୍‌ ଅଧିକୃତ କାଶ୍ମୀରର ମୁଜଫରାବାଦ ଓ ଚକୋଟିରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ପଞ୍ଜାବର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ହାଇ ଆଲର୍ଟ ଜାରି କରାଯାଇଛି। ପଞ୍ଜାବ ପୁଲିସର ଅଧିକାରୀଙ୍କୁ କେନ୍ଦ୍ରୀୟ ସୁରକ୍ଷାକର୍ମୀ, ଭାରତୀୟ ସେନା ଓ ବାୟୁସେନାର କ୍ୟାମ୍ପକୁ ସୁରକ୍ଷା ବ୍ୟବସ୍ଥା ଯୋଗାଇବା ନେଇ ସତର୍କ କରାଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଏହି ଘଟଣା ଉପରେ ମଙ୍ଗଳବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

publive-image

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଜଡ଼ିତ ଥିବା ଅଧିକାରୀଙ୍କ କହିବାନୁସାରେ, ଏହି ବୈଠକରେ ମନ୍ତ୍ରୀ ମନପ୍ରୀତ ବାଦଲ ଓ ରାଜ୍ୟର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ସମୟରେ ପାକିସ୍ତାନ ସୀମା ସହିତ ଲାଗି ରହିଥିବା ପଞ୍ଜାବର ବିଭିନ୍ନ ଜିଲ୍ଲାର ସୁରକ୍ଷା ନେଇ ଆଲୋଚନା ହୋଇଥିଲା। ଏଥିସହିତ ପୁଲିସ ଅଧିକାରୀଙ୍କୁ ସବୁ ପରିସ୍ଥିତିରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

publive-image

ଉଲ୍ଲେଖଯୋଗ୍ୟ, ପୁଲଓ୍ଵାମା ଆକ୍ରମଣର ମାତ୍ର ୧୨ଦିନ ପରେ ଭାରତୀୟ ସେନା ପାକିସ୍ତାନକୁ ଦେଇଛି କଡ଼ା ଜବାବ। ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ୧୨ଟି  ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଥିଲେ। ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଆକ୍ରମଣରେ ଆତଙ୍କବାଦୀ କ୍ୟାମ୍ପ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି। ଏହି ଆକ୍ରମଣରେ ପାଖାପାଖି ୩୦୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe