ଲଟେରି ଲାଗିଲା ଗୃହିଣୀଙ୍କର; ଜିତିଗଲେ ନଗଦ ୧ କୋଟି

Advertisment
ଲଟେରି ଲାଗିଲା ଗୃହିଣୀଙ୍କର; ଜିତିଗଲେ ନଗଦ ୧ କୋଟି

ଚଣ୍ଡିଗଡ଼: ପଞ୍ଜାବ ଅମୃତସରର ଜନୈକା ଗୃହିଣୀ ଲଟେରିରେ ପ୍ରଥମ ପୁରସ୍କାର ଜିତିବା ସହ ହାତେଇ ନେଇଛନ୍ତି ୧ କୋଟି ଟଙ୍କା। ପଞ୍ଜାବ ରାଜ୍ୟ ସରକାରଙ୍କ ପକ୍ଷରୁ କରା ଯାଉଥିବା ଏହି ଲଟେରିରେ ସେ ୧୦୦ ଟଙ୍କା ଦେଇ ଏକ ଟିକେଟ କିଣିଥିଲେ।

ପଞ୍ଜାବ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରା ଯାଇଥିବା ବିବୃତ୍ତି ଅନୁଯାୟୀ ଏହି ଭାଗ୍ୟଶାଳୀ ବିଜେତା ରେଣୁୁ ଚୌହାନ ଆଜି (ଗୁରୁବାର) ତାଙ୍କର ଟିକେଟ ଦାଖଲ କରିଛନ୍ତି ଏବଂ ତାଙ୍କ ପୁରସ୍କାର ପାଇବା ପାଇଁ ରାଜ୍ୟ ଲଟେରି ବିଭାଗକୁ ଆବଶ୍ୟକୀୟ ଦଲିଲ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

publive-image

ଲଟେରି ଜିତିଯିବା ପରେ ନିଜର ଖୁସି ଜାହିର କରି ରେଣୁ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ସହ ଭଗବାନଙ୍କ ଆଶୀର୍ବାଦ ତାଙ୍କୁ ଏହି ଲଟେରିର ବମ୍ପର ପୁରସ୍କାର ଜିତାଇଛି ବୋଲି କହିଛନ୍ତି। ରେଣୁ ଏକ ମଧ୍ୟବିତ୍ତ ପରିବାରର ଗୃହିଣୀ। ତାଙ୍କର ସ୍ୱାମୀ ଅମୃତସରରେ ଏକ କପଡା ଦୋକାନ ଚଳାନ୍ତି। ଏବେ ଏହି ବମ୍ପର ପୁରସ୍କାର ରାଶି ତାଙ୍କ ପରିବାରକୁ ବହୁଭାବେ ସାହାଯ୍ୟ କରିବ ଏବଂ ତାଙ୍କ ପରିବାର ଏକ ସୁଖମୟ ଜୀବନଯାପନ କରି ପାରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପଞ୍ଜାବ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାସିକ ଲଟେରି କରା ଯାଇଥାଏ। ରେଣୁ କିଣିଥିବା ଲଟେରି ଟିକେଟର ଡ୍ର ବା ଉଠାଣ ଫେବ୍ରୁଆରି ୧୧ରେ କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା। ପଞ୍ଜାବ ରାଜ୍ୟ ଲଟେରି ବିଭାଗର ମୁଖପାତ୍ର ସୂଚନା ଦେଇଛନ୍ତି ଯେ ଏହି ଉଠାଣରେ ଟିକେଟ ନମ୍ବର ଡି-୧୨୨୨୮ ହୋଇଥିଲା ବମ୍ପର ପୁରସ୍କାରର ବେଜେତା, ଯାହାର ମୂଲ୍ୟ ହେଉଛି ୧ କୋଟି। ଆଉ ଏହି ଟିକେଟ ନମ୍ବର ଡି-୧୨୨୨୮କୁ ୧୦୦ ଟଙ୍କା ଦେଇ କିଣିଥିଲେ ରେଣୁ। ରେଣୁ ଆଜି ସମସ୍ତ ଦଲିଲ ଦାଖଲ କରିଛନ୍ତି ଏବଂ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe