ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆତ୍ମହତ୍ୟା କଲେ ଓକିଲ, ଶେଷ ଚିଠିରେ ଲେଖିଲେ ଏଭଳି କଥା

Advertisment
ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆତ୍ମହତ୍ୟା କଲେ ଓକିଲ, ଶେଷ ଚିଠିରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆଜକୁ ମାସେ ହେଲାଣି ଚାଷୀମାନେ ଆନ୍ଦୋଳନରେ ବସିଥିଲେ ମଧ୍ୟ କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଏବାବଦରେ ବୁଝାମଣା ହୋଇପାରି ନାହିଁ। ଏ ମଧ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ପୁଣି ଜଣେ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପଞ୍ଜାବର ଜଣେ ଓକିଲ ଦିଲ୍ଲୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ସ୍ଥାନରୁ କିଛି ଦୂରରେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ମୃତକଙ୍କ ନାଁ ଅମରଜିତ୍‌ ସିଂହ ବୋଲି ଜଣା ପଡ଼ିଥିବା ବେ‌ଳେ ସେ ପଞ୍ଜାବର ଫାଜିଲକା ଜିଲ୍ଲାର ବାସିନ୍ଦା।

ଅମରଜିତ୍ ପେସାରେ ଜଣେ ଓକିଲ ହୋଇଥିବା ବେଳେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତୁରନ୍ତ ତାଙ୍କୁ ରୋହତକର ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଲେଖିଥିବା ଚିଠିରେ ନିଜ ମୃତ୍ୟୁ ପାଇଁ କେନ୍ଦ୍ରକୁ ଦାୟୀ କରିଛନ୍ତି। ଚିଠିରେ ଲେଖାଯାଇଛି ଯେ, କେନ୍ଦ୍ରର ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ସେ ନିଜ ଜୀବନକୁ ଉତ୍ସର୍ଗ କରୁଛନ୍ତି, ଯାହା ଦ୍ବାରା ସରକାର ଚାଷୀଙ୍କ ଦାବି ଶୁଣିବାକୁ ବାଧ୍ୟ ହେବେ।

publive-image indiatoday

ତେବେ ଘଟଣା ବିଷୟରେ ସୂଚନା ମିଳିବା ପରେ ଚିଠିଟି ଅମରଜିତ୍ ଲେଖିଛନ୍ତି କି ନାହିଁ, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଚଳାଇଛି। ଉଲ୍ଲେଖଯୋଗ୍ୟ, ଅମରଜିତଙ୍କ ପୂର୍ବରୁ ଅନ୍ୟ ଦୁଇଜଣ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆତ୍ମହତ୍ୟା କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe