ଚଣ୍ଡିଗଡ଼: ପଞ୍ଜାବର ଜଣେ କ୍ୟାବିନେଟ୍ ପାହ୍ୟାର ମନ୍ତ୍ରୀ ଏବେ ଅଡୁଆରେ ପଡ଼ିବାକୁ ଯାଉଛନ୍ତି। ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କୁ ‘ଅଶ୍ଳୀଳ’ ମେସେଜ ପଠାଇ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ଯାଉଥିବା ଜଣାପଡ଼ିଛି।
ସୂତ୍ର ଅନୁସାରେ ସଂପୃକ୍ତ ମହିଳା ଆଇଏଏସ୍ ଅଧିକାରୀଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ନିଜର ଏହି କୁଅଭ୍ୟାସରୁ ବିରତ ହୋଇ ନ ଥିଲେ। ଏପରିକି ଘଟଣା ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂଙ୍କ ତାଗିଦ୍ କୁ ମଧ୍ୟ ସଂପୃକ୍ତି ମନ୍ତ୍ରୀ ‘ଅଣଦେଖା’ କରିଥିବା ଅଭିଯୋଗ ହୋଇଛି। କୁହାଯାଉଛି ମନ୍ତ୍ରୀ ଜଣକ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟତମ ହୋଇଥିବାରୁ ଆଇଏଏସ୍ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍କୁ ଖାତିର କରୁନାହାନ୍ତି।
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷାସୂଚନା ଅନୁସାରେ,ପଞ୍ଜାବ ସରକାରଙ୍କ ଅଧିନରେ କାର୍ଯ୍ୟରତ ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ‘ଅଶ୍ଳୀଳ’ ଏସ୍ଏମ୍ଏସ୍ ଦେବାକୁ ଆରମ୍ଭ କଲେ। ଏହାପରେ ମହିଳା ଅଧିକାରୀ ଜଣଙ୍କ ମନ୍ତ୍ରୀଙ୍କୁ ଏପରି ନ କରିବା ଲାଗି କହିଥିଲେ। ମାତ୍ର ଏହାକୁ ଖାତିର ନ କରି ମନ୍ତ୍ରୀ ପୂର୍ବ ଅଭ୍ୟାସ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ମହିଳା ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂଙ୍କୁ ଏ ନେଇ ଅଭିଯୋଗ କରିଥିଲେ। ଏହାପରେ ସେ ସଂପୃକ୍ତ ମନ୍ତ୍ରୀଙ୍କୁ ତାଗିଦ୍ କରିଥିଲେ। ମାତ୍ର ମନ୍ତ୍ରୀ ଜଣକ ‘ଅଶ୍ଳୀଳ’ ମେସେଜ୍ ବନ୍ଦ କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରୁ ଫେରିବା ପରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଶିରୋମଣି ଅକାଳୀ ଦଳ ପକ୍ଷରୁ ସଂପୃକ୍ତ ମନ୍ତ୍ରୀଙ୍କ ନାମ ସର୍ବସାଧାରଣ କରାଯାଉ ବୋଲି ଦାବି ହୋଇଛି।
Follow Us