କ୍ୟାବିନେଟ୍‌ରୁ ସିଦ୍ଧୁଙ୍କ ଇସ୍ତଫା ଦାବି କରି ସାଧୁ ସିଂହ କହିଲେ ; ଏବେ କେଉଁ ଦଳକୁ ଯିବେ ସିଦ୍ଧୁ?

Advertisment
କ୍ୟାବିନେଟ୍‌ରୁ ସିଦ୍ଧୁଙ୍କ ଇସ୍ତଫା ଦାବି କରି ସାଧୁ ସିଂହ କହିଲେ ; ଏବେ କେଉଁ ଦଳକୁ ଯିବେ ସିଦ୍ଧୁ?

ନୂଆଦିଲ୍ଲୀ : କିଛି ଦିନ ତଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ଏକ ଚାଞ୍ଚଲ୍ୟକର ବୟାନ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । କଂଗ୍ରେସର ଷ୍ଟାର ପ୍ରଚାରକ ନବ୍‌ଜୋତ ସିଂହ ସିଦ୍ଧୁ ମୋତେ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ ଅମ୍ରିନ୍ଦର ସିଂହ । ଏବେ ଅମ୍ରିନ୍ଦର ସିଂହଙ୍କ ଏଭଳି ବୟାନ ଆସିବା ପରେ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ସାଧୁ ସିଂହ ଧର୍ମସୋତ୍‌ ।

publive-image oneindia.com

ଯଦି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ସହ କୌଣସି ଅସୁବିଧା ହେଉଛି, ତେବେ ସେ କ୍ୟାବିନେଟ୍‌ରୁ ଇସ୍ତଫା ଦେଇ ପାରନ୍ତି । ବିଜେପି ଛାଡ଼ିବା ପରେ ସେ କଂଗ୍ରେସକୁ ଆସିଥିଲେ । ଏବେ ଭଗବାନ ଜାଣନ୍ତି କଂଗ୍ରେସ ଛାଡ଼ିବା ପରେ ସେ ଯିବେ କୁଆଡ଼େ ବୋଲି କହିଛନ୍ତି ସାଧୁ ସିଂହ । ଏହା ସହ ଦଳର ବୈଠକରେ ସେ ଏହି ବିଷୟ ଉପରେ ନିଶ୍ଚୟ ଆଲୋଚନା କରିବେ ବୋଲି କହିଛନ୍ତି ସାଧୁ ସିଂହ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe