ପଞ୍ଜାବରେ ଏକ ଶକ୍ତ ସରକାର ଦରକାର କହି ମୁଖ୍ୟମନ୍ତ୍ରୀ ଚରଣଜିତଙ୍କୁ ଟାର୍ଗେଟ୍ କଲେ କେଜ୍ରିଓ୍ଵାଲ

Advertisment
ପଞ୍ଜାବର ଫଳାଫଳକୁ ନେଇ ସବୁଠି ଚର୍ଚ୍ଚା, ଫଳାଫଳ ଆଗରୁ କେଜ୍ରିୱାଲଙ୍କୁ ଛୁଟିଲା ଅଭିନନ୍ଦନର ସୁଅ

ଅମୃତସର: ଆମ୍ ଆଦମି ପାର୍ଟି (ଆପ୍)ର ସୁପ୍ରିମୋ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଶୁକ୍ରବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କ ସରକାର ଉପରେ ବର୍ଷିଛନ୍ତି ଓ କହିଛନ୍ତି ପଞ୍ଜାବରେ ଏକ ସଶକ୍ତ ଓ କାର୍ଯ୍ୟକ୍ଷମ ସରକାର ଗଠନ ହେବା ଆବଶ୍ୟକ ।

ପଞ୍ଜାବରେ ନିକଟରେ ଘଟିଥିବା କିଛି ମାମଲାକୁ ନିନ୍ଦା କରି କେଜ୍ରିଓ୍ଵାଲ କହିଛନ୍ତି ଯେଉଁମାନେ ଜାଣିଶୁଣି ପଞ୍ଜାବର ଶାନ୍ତି ଭଙ୍ଗ କରୁଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ।

ମିଡିଆକୁ ସମ୍ବୋଧନ କରି କେଜ୍ରିଓ୍ଵାଲ କହିଛନ୍ତି, ଚନ୍ନିଙ୍କ ସରକାର ଏକ ଦୁର୍ବଳ ସରକାର । ତାଙ୍କ ନିଜ ଦଳର ଲୋକଙ୍କ ମଧ୍ୟରେ ବିବାଦ ଅଛି । ଆଜି ପଞ୍ଜାବ ଗୋଟିଏ ଶକ୍ତ ଓ କାର୍ଯ୍ୟକ୍ଷମ ସରକାର ଦରକାର କରୁଛି । ପ୍ରଥମେ ଅପବିତ୍ରୀକରଣ, ତାପରେ ଲୁଧିଆନାରେ ବିସ୍ଫୋରଣ, ତାହା ପୁଣି ପଞ୍ଜାବ ନିର୍ବାଚନ ପୂର୍ବରୁ । ଯେଉଁମାନେ ଏପରି କରୁଛନ୍ତି ସେମାନେ ଜାଣିଜାଣି ରାଜ୍ୟର ଶାନ୍ତି ଭଙ୍ଗ କରିବାକୁ ଷଡଯନ୍ତ୍ର କରୁଛନ୍ତି । ସେମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ । ମୁଁ ପଞ୍ଜାବର ଲୋକମାନଙ୍କୁ ନିବେଦନ କରୁଛି ସେମାନେ ଏପରି ଲୋକଙ୍କ ଯୋଜନାକୁ ସଫଳ ହେବାକୁ ଦିଅନ୍ତୁ ନାହିଁ ।

ପୁନଶ୍ଚ ରାଜ୍ୟ ସରକାରଙ୍କ ଉପରେ ବର୍ଷି କେଜ୍ରିଓ୍ଵାଲ କହିଛନ୍ତି, ଯେଉଁ ଲୋକ ଗୁରୁ ଗ୍ରନ୍ଥ ସାହିବକୁ ଅପବିତ୍ର କରିବାକୁ ଚାହୁଁଥିଲା, ତାକୁ କାହାଦ୍ଵାରା ପଠା ଯାଇଥାଇ ପାରେ। ଯେତେ ପର୍ଯ୍ୟନ୍ତ ରାଜ୍ୟ ସରକାର ସାଧୁ, ପ୍ରତିବଦ୍ଧ ହେବେ ନାହିଁ ସେପର୍ଯ୍ୟନ୍ତ ଏପରି ଘଟଣା ଘଟି ଚାଲିଥିବ। ଆମ୍ ଆଦମି ପାର୍ଟି ପଞ୍ଜାବରେ ଏକ ଶକ୍ତ ସରକାର ଦେବ ଓ ଏପରି ଅପରାଧ ପଛରେ ଥିବା ମୂଳଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି କେଜ୍ରିଓ୍ଵାଲ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe