ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଗୁରୁଜିତଙ୍କୁ ମନ୍ତ୍ରୀ ନକରିବା ପାଇଁ ସିଦ୍ଧୁଙ୍କୁ ଚିଠି ଲେଖିଲେ ୭ ଜଣ ବିଧାୟକ

Advertisment
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଗୁରୁଜିତଙ୍କୁ ମନ୍ତ୍ରୀ ନକରିବା ପାଇଁ ସିଦ୍ଧୁଙ୍କୁ ଚିଠି ଲେଖିଲେ ୭ ଜଣ ବିଧାୟକ

www.abplive.com

ନୂଆଦିଲ୍ଲୀ: ଆଜି ଅପରାହ୍ନ ୪ଟା ୩୦ରେ ହେବ ପଞ୍ଜାବର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ତେବେ ମନ୍ତ୍ରୀମାନେ ଆଜି ଶପଥ ଗ୍ରହଣ କରିବା ପୂର୍ବରୁ ଏକ ନୂଆ ବିବାଦ ମୁଣ୍ଡ ଟେକିଥିବା ଦେଖାଯାଇଛି। ଶପଥ ଗ୍ରହଣ ପୂର୍ବରୁ ରାଣା ଗୁରୁଜିତଙ୍କୁ ମନ୍ତ୍ରୀ ନକରିବା ପାଇଁ ୭ ଜଣ ବିଧାୟକ ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ଚିଠି ଲେଖିଛନ୍ତି। ବିଧାୟକମାନେ ଚିଠିରେ ଲେଖିଛନ୍ତି ଯେ, ରାଣା ଗୁରୁଜିତଙ୍କ ବିରୋଧରେ ଖଣି ମାମଲାରେ ଦୁର୍ନୀତି ଅଭିଯୋଗ ହୋଇଛି।

चरणजीत सिंह चन्नी व नवजोत सिंह सिद्धू. (फाइल फोटो) www.aajtak.in

ବିଧାୟକମାନେ ଲେଖିଛନ୍ତି ଯେ, ରାଣା ଗୁରୁଜିତଙ୍କୁ କୌଣସି କୋର୍ଟ କିମ୍ବା ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ କ୍ଲିନ ଚିଟ ମିଳିନାହିଁ, ତଥାପି ତାଙ୍କୁ କ୍ୟାବିନେଟରେ କାହିଁକି ଅନ୍ତର୍ଭୁକ୍ତ କରାଯାଉଛି? ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଦୁର୍ନୀତି ଅଭିଯୋଗ ପରେ ଜାନୁଆରି ୨୦୧୮ରେ ରାଣା ଗୁରୁଜିତଙ୍କୁ କ୍ୟାବିନେଟରୁ ବହିଷ୍କାର କରାଯାଇଥିଲା। ତାଙ୍କୁ ସାମିଲ କରିବା ପରିବର୍ତ୍ତେ ନିର୍ମଳ ଭାବମୂର୍ତ୍ତି ଥିବା ଅନ୍ୟ ଓବିସି ଚେହେରାକୁ ରାଣା ଗୁରୁଜିତଙ୍କ ସ୍ଥାନରେ ମନ୍ତ୍ରୀ କରାଯାଉ ବୋଲି ବିଧାୟକମାନେ ଦାବି କରିଛନ୍ତି। ଏ ପର୍ଯ୍ୟନ୍ତ ବିଧାୟକଙ୍କୁ ଏହି ଚିଠିକୁ ନେଇ ନବଜୋତ ସିଂ ସିଦ୍ଧୁଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe