ଅମୃତପାଲ୍‌ ସିଂହଙ୍କର ୭ଟି ସମ୍ଭାବ୍ୟ ଚେହେରା ସେୟାର୍‌ କଲା ପଞ୍ଜାବ ପୁଲିସ

Advertisment
ଅମୃତପାଲ୍‌ ସିଂହଙ୍କର ୭ଟି ସମ୍ଭାବ୍ୟ ଚେହେରା ସେୟାର୍‌ କଲା ପଞ୍ଜାବ ପୁଲିସ

Image Courtesy of India Today

ଅମୃତସର: ୪ ଦିନ ତଲାସ ପରେ ବି  ପଳାତକ ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହଙ୍କୁ ଠାବ କରିବାରେ ବିଫଳ ହେବା ପରେ ମଙ୍ଗଳବାର ଦିନ ପଞ୍ଜାବ ପୁଲିସ ତାଙ୍କର ୭ଟି ସମ୍ଭାବ୍ୟ ଛଦ୍ମବେଶ ବା ଚେହେରା ସେୟାର୍‌ କରିଛି।

ଗିରଫଦାରି ଏଡ଼ାଇବା ଲାଗି ଅମୃତପାଲ୍‌ ଉପରୋକ୍ତ ଛଦ୍ମବେଶ ଧାରଣ କରିଥାଇପାରନ୍ତି ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଆଶା କରିଛି ଯେ, ଏହି ଫଟୋ ସବୁ ଜନସାଧାରଣଙ୍କୁ ଅମୃତପାଲ୍‌ଙ୍କୁ ଚିହ୍ନିବାରେ ସହାୟକ ହେବ। ଏହି ଫଟୋ ସବୁରେ ଅମୃତପାଲ୍‌ ଦାଢ଼ି ଖିଅର ହୋଇଥିବା, ଦାଢ଼ି ରଖିଥିବା, ବିଭିନ୍ନ ପ୍ରକାରର ପଗଡ଼ି ବାନ୍ଧିଥିବା ଏବଂ ଅନ୍ୟାନ୍ୟ ବେଶଭୁଷା ହୋଇଥିବା ଦେଖାଯାଉଛି।

ପୁଲିସର ସନ୍ଦେହ ଅମୃତପାଲ୍‌ ସମ୍ଭବତଃ ବେଶ ବଦଳାଇ ଖସିଯାଇଛି। ପଞ୍ଜାବ ‘ଆଇଜିପି’ ସୁଖ୍‌ଚୈନ୍‌ ସିଂହ ଗିଲ୍‌ କହିଛନ୍ତି, ପୃଥକ୍‌ ବେଶପୋଷାକ ସାଜିଥିବା ଅମୃତପାଲ୍‌ଙ୍କର ଏକାଧିକ ଫଟୋ ରହିଛି। ମୋର ଅନୁରୋଧ ସେ ସବୁ ପ୍ରଦର୍ଶନ କଲେ ଏହି ମାମଲାରେ ତାଙ୍କୁ ଗିରଫ କରିବା ଲାଗି ଜନସାଧାରଣ ଆମକୁ ସାହାଯ୍ୟ କରିପାରିବେ।

publive-image Image Courtesy of India Today

ଖସି ପଳାଇବା ଯିବାରେ ଅମୃତପାଲ୍‌ ସିଂହଙ୍କୁ ସାହାଯ୍ୟ କରିଥିବା ୪ଜଣ ବ୍ୟକ୍ତିଙ୍କୁ ମଙ୍ଗଳବାର ପଞ୍ଜାବ ପୁଲିସ ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ଜଳନ୍ଧର ଜିଲ୍ଲାରେ ପୁଲିସ ଅନୁଧାବନ କରୁଥିବା ସତ୍ତ୍ବେ ଦ୍ରୁତ ବେଗରେ କାର୍‌ ଚଳାଇ ପୁଲିସ କବଳରୁ ଖସିଯିବା ପରେ ‘ୱାରିସ୍‌ ପଞ୍ଜାବ ଦେ’ର ଆତ୍ମ-ଘୋଷିତ ମୁଖ୍ୟ ଅମୃତପାଲ୍‌ ସିଂହଙ୍କୁ ପଳାତକ ଘୋଷଣା କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଏକାଧିକ ଗାଡ଼ି ବଦଳ କରି ଅମୃତପାଲ୍‌ ସିଂହ ଗୋଟାଏ ମୋଟର୍‌ସାଇକେଲ୍‌ରେ ବସି ଫେରାର୍‌ ହୋଇଯାଇଛନ୍ତି। ସେ ମଧ୍ୟ ତାଙ୍କର ପୋଷାକପତ୍ର, ପଗଡ଼ି ପରିବର୍ତ୍ତନ କରିବା ସହିତ ଦାଢ଼ିକୁ ଖଣ୍ଡେ କପଡ଼ାରେ ଆବୃତ୍ତ କରିପକାଇଥିଲେ।

ଏହି ମାମଲାରେ ଏଯାବତ୍‌ ଶତାଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇ ସାରିଲାଣି। କିନ୍ତୁ, ଅମୃତପାଲ୍‌ ସିଂହ ପୁଲିସ ହାବୁଡ଼ରୁ ଖସିଯାଇ ଏବେ ବି ଫେରାର୍‌ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe