ପଞ୍ଜାବ ଥାନାରେ ରକେଟ୍‌ ଆକ୍ରମଣ; ତଦନ୍ତ ଲାଗି ଆଦେଶ

Advertisment
ପଞ୍ଜାବ ଥାନାରେ ରକେଟ୍‌ ଆକ୍ରମଣ; ତଦନ୍ତ ଲାଗି ଆଦେଶ

ଚଣ୍ଡୀଗଡ଼: ଗତ ରାତି ପ୍ରାୟ ୧ଟା ବେଳେ ପଞ୍ଜାବର ତରନ୍‌ ତାରନ୍‌ ଜିଲ୍ଲା ଅନ୍ତର୍ଗତ ସାର୍‌ହଲି ଥାନାରେ କେତେକ ଅଜ୍ଞାତ ଦୁର୍ବୃତ୍ତ ‘ରକେଟ୍‌-ପ୍ରପେଲ୍‌ଡ୍‌ ଗ୍ରେନେଡ୍‌’ (ଆର୍‌ଜିପି) ପକାଇଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ।

ଆକ୍ରମଣ କରାଯାଇଥିବା ଥାନାଟି ଅମୃତସର-ଭଥିଣ୍ଡା ଜାତୀୟ ରାଜପଥରେ ଅବସ୍ଥିତ। ପ୍ରାପ୍ତ ସୂଚନା ଅନୁସାରେ, ନିକ୍ଷେପ କରାଯାଇଥିବା ରକେଟ୍‌ଟି ଥାନାର ଲୁହା ଫାଟକ ଭେଦ କରି ଥାନା ଭିତର କାନ୍ଥରେ ବାଜିଛି। ଫଳରେ କାନ୍ଥ ସାମାନ୍ୟ ଭାଙ୍ଗିରୁଜି ଯାଇଛି। ସେତେବେଳେ ଥାନରେ ଅଳ୍ପ କେତେ ଜଣ କର୍ମଚାରୀ ଡିୟୁଟି କରୁଥିଲେ। ଭାଗ୍ୟକୁ ସେମାନଙ୍କ ମଧ୍ୟରୁ କେହି ଏହାଦ୍ବାରା ଆହତ ହୋଇନାହାନ୍ତି।

ଘଟଣା ଘଟିବା ପରେ ପରେ ବରିଷ୍ଠ ପୁଲିସ ସୁପରି‌ଣ୍ଟେଣ୍ଡେଣ୍ଟ୍‌ ଗୁରମୀତ ସିଂହ ଚୌହାନ ଏବଂ ଫୋରେନ୍‌ସିକ୍‌ ଟିମ୍‌ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିକ୍ଷେପ କରାଯାଇଥିବା ରକେଟ୍‌ଟିକୁ ବି ଥାନାରୁ ଉଦ୍ଧାର କରାଯାଇଛି।

publive-image Image Courtesy of OpIndia

ରକେଟ୍‌ଟି ଶକ୍ତିଶାଳୀ ହୋଇଥିଲେ ବି କାନ୍ଥରେ ବାଜି ପଛକୁ ‌ଛିଟିକି ପଡ଼ିବାରୁ ଥାନାର ବିଶେଷ କିଛି କ୍ଷତି କରିପାରିନାହିଁ। ପାକିସ୍ତାନୀ ଗୁଇନ୍ଦା ୟୁନିଟ୍‌ ‘ଆଇଏସ୍‌ଆଇ’ ପୃଷ୍ଠପୋଷକତାରେ ଚାଲିଥିବା ଖଲିସ୍ତାନୀ ଆତଙ୍କବାଦୀମାନେ ଥାନାରେ ‌ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।

publive-image Image Courtesy of India Today

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ କହିଛନ୍ତି, ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ‘ଡିଜିପି’ଙ୍କୁ ଆଦେଶ ଜାରି ‌କରାଯାଇଛି। ଖୁବ୍‌ ଶୀଘ୍ର ତଦନ୍ତ ବି ଆରମ୍ଭ ହୋଇଛି। କିନ୍ତୁ, ଘଟଣା ସଂକ୍ରାନ୍ତରେ ଏତେ ଶୀଘ୍ର ମନ୍ତବ୍ୟ ଦେଇ ହେବନାହିଁ।

ଗତ ୭ ମାସ ମଧ୍ୟରେ ଏହା ହେଉଛି ପଞ୍ଜାବରେ ଏ ଧରଣର ଦ୍ବିତୀୟ ଆକ୍ରମଣ। ପୂର୍ବରୁ ମେ ୯ ତାରିଖ ଦିନ ମୋହାଲିସ୍ଥିତ ପଞ୍ଜାବ ପୁଲିସର ଗୁଇନ୍ଦା ମୁଖ୍ୟାଳୟ ଉପରକୁ ମଧ୍ୟ ଗୋଟାଏ ‘ଆର୍‌ପିଜି’ ନିକ୍ଷେପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe