ମୁଁ ମୁଖ୍ୟମନ୍ତ୍ରୀ, ଆତଙ୍କବାଦୀ ନୁହେଁ; ହେଲିକପ୍ଟରକୁ ଉଡିବାକୁ ଅନୁମତି ନମିଳିବା ପରେ ଏଭଳି କହିଲେ ଚନ୍ନି

ମୁଁ ମୁଖ୍ୟମନ୍ତ୍ରୀ, ଆତଙ୍କବାଦୀ ନୁହେଁ; ହେଲିକପ୍ଟରକୁ ଉଡିବାକୁ ଅନୁମତି ନମିଳିବା ପରେ ଏଭଳି କହିଲେ ଚନ୍ନି

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଉଡ଼ିପାରିନଥିଲା ଚରଣଜିତ୍ ସିଂହ ଚନ୍ନିଙ୍କ ହେଲିକପ୍ଟର। ରାଲିରେ ପହଞ୍ଚିପାରିଲେ ନଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଲନ୍ଧରରେ ରାଲି କରିବା ପାଇଁ ଆସୁଥିବାରୁ ପଞ୍ଜାବରେ ଆଜି ‘ନୋ ଫ୍ଲାଏ ଜୋନ୍’ ଘୋଷଣା କରାଯାଇଥିଲା। ଏଥିପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ହେଲିକପ୍ଟରକୁ ଚଣ୍ଡିଗଡ଼ର ରାଜେନ୍ଦ୍ର ପାର୍କରୁ ଉଡ଼ାଣ କରିବାକୁ ଅନୁମତି ଦିଆଯାଇ ନଥିଲା। ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖି ମୁଁ ଆତଙ୍କବାଦୀ ନୁହେଁ ବୋଲି କହିଛନ୍ତି ଚନ୍ନି।

ସେ କହିଛନ୍ତି ଯେ, ଚରଣଜିତ ସିଂ ଚନ୍ନି ହେଉଛନ୍ତି ମୁଖ୍ୟମନ୍ତ୍ରୀ। ସେ ଆତଙ୍କବାଦୀ ନୁହଁନ୍ତି ଯେ ଆପଣ ତାଙ୍କୁ ହୋଶିଆରପୁରକୁ ଯିବାକୁ ରୋକିଲେ। ଏହା ଠିକ୍ ନୁହେଁ। ମୁଁ ସକାଳ ୧୧ ଟାରେ ଉନାରେ ଥିଲି କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗତିବିଧି ହେତୁ ହଠାତ୍ ମୋତେ (ହୋଶିଆରପୁରକୁ) ଉଡ଼ାଣ ପାଇଁ ଅନୁମତି ଦିଆଯାଇନଥିଲା। ଏହା ପାଇଁ ମୁଁ ହୋଶିଆରପୁରରେ ରାହୁଲ ଗାନ୍ଧୀଙ୍କ ସମାବେଶରେ ଯୋଗ ଦେଇ ପାରିଲି ନାହିଁ। ମୁଁ ଆତଙ୍କବାଦୀ ନୁହେଁ ଯେ, ମୋତେ ଏଭଳି ଅଟକାଗଲା।

ଅନ୍ୟପକ୍ଷରେ ଏହି ଘଟଣାକୁ ସମାଲୋଚନା କରି ଗତକାଲି କଂଗ୍ରେସ ନେତା ସୁନୀଲ ଜାଖରଙ୍କୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଚନ୍ନି ରାଲିରେ ଯୋଗ ଦେବା ପାଇଁ ହୋଶିଆରପୁର ଆସିଥାନ୍ତେ। କିନ୍ତୁ ଲଜ୍ଜାଜନକ ବିଷୟ ଯେ, କ୍ଷମତାରେ ଥିବା ସରକାର ଜାଣିଶୁଣି ଚରଣଜିତ ସିଂ ଚନ୍ନିଙ୍କ ହେଲିକପ୍ଟରକୁ ଉଡ଼ିବାକୁ ଅନୁମତି ଦେଇନାହିଁ। ଯଦି ନିର୍ବାଚନ ଆୟୋଗ ଏଥିପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ମୁଁ ଜାଣିଯିବି ଯେ ଏହି ନିର୍ବାଚନ ଏକ ପ୍ରହସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe