ପୁଣି ଆପକୁ ମିଳିଲା ବଡ଼ ସଫଳତା: ନି‌ର୍ଦ୍ବନ୍ଦ୍ବରେ ଜିତିଲେ ୫ଜଣ ରାଜ୍ୟସଭା ପ୍ରାର୍ଥୀ

Advertisment
ପୁଣି ଆପକୁ ମିଳିଲା ବଡ଼ ସଫଳତା: ନି‌ର୍ଦ୍ବନ୍ଦ୍ବରେ ଜିତିଲେ ୫ଜଣ ରାଜ୍ୟସଭା ପ୍ରାର୍ଥୀ

ନୂଆଦିଲ୍ଲୀ: ନିକଟରେ ପଞ୍ଜାବରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିପୁଳ ଭୋଟ ପାଇ ଜିତିବା ପରେ ଏବେ ପୁଣି ଥରେ ଆମ୍ ଆଦମୀ ପାର୍ଟିକୁ ବଡ଼ ଉପଲବ୍ଧି ମିଳିଛି।  ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ​​ଆପ ସରକାରଙ୍କ ସମସ୍ତ ୫ଜଣ ପ୍ରାର୍ଥୀ ନି‌ର୍ଦ୍ବନ୍ଦ୍ବରେ ଜିତିଛନ୍ତି।

ଆଜି ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଞ୍ଜାବ ରାଜ୍ୟସଭା ପାଇଁ ନାମାଙ୍କନ ପ୍ରତ୍ୟାହାର କରିବାର ସମୟ ଥିଲା। ଏହି ସମୟ ମଧ୍ୟରେ ଅନ୍ୟ କୌଣସି ରାଜନୈତିକ ଦଳ ରାଜ୍ୟସଭାରେ ପାଞ୍ଚଟି ଆସନ ପାଇଁ ପ୍ରାର୍ଥୀ ଦେଇନଥିଲେ। ଏଭଳି ପରିସ୍ଥିତିରେ ଆପର ପ୍ରାର୍ଥୀ ବିନା ଭୋଟରେ ଜିତିଛନ୍ତି। ତେବେ ମାର୍ଚ୍ଚ ୩୧ରେ ଏନେଇ ଅଧିକାରୀକ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଏହି ରାଜ୍ୟସଭା ପାଇଁ ​​ଆମ୍ ଆଦମୀ ପାର୍ଟି ଦିଲ୍ଲୀର ରାଜିନ୍ଦର ନଗରରୁ ବିଧାୟକ ରାଘବ ଚଢ଼ା, କ୍ରିକେଟର ହରଭଜନ ସିଂ, ସନ୍ଦୀପ ପଠକ, ସଞ୍ଜୀବ ଆରୋରା ଏବଂ ଅଶୋକ ମିତ୍ତଲଙ୍କୁ ପ୍ରାର୍ଥୀ କରିଥିଲା। ଏହି ୫ଜଣଙ୍କ ବିରୋଧରେ ଅନ୍ୟ ଦଳ କାହାକୁ ପ୍ରାର୍ଥୀ ନକରିବାକରୁ ଏବେ ୫ଜଣ ପ୍ରାର୍ଥୀ ନି‌ର୍ଦ୍ବନ୍ଦ୍ବରେ ଜିତିଛନ୍ତି।

ଆପ ପ୍ରାର୍ଥୀଙ୍କ ମଧ୍ୟରେ ଅଶୋକ ମିତ୍ତଲ ଲଭଲି ପ୍ରଫେସନାଲ ୟୁନିଭରସିଟିର କୁଳପତି ହୋଇଥିବାବେଳେ ସଞ୍ଜୀବ ଆରୋରା ଜଣେ ଉଦ୍ୟୋଗୀ ଅଟନ୍ତି। ଅନ୍ୟପକ୍ଷରେ ରାଘବ ଚଢ଼ା ଦିଲ୍ଲୀର ରଜୀନ୍ଦର ନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜଣେ ବିଧାୟକ ଥିଲେ। ସେ ଗୁରୁବାର ଦିନ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲଙ୍କ ନିକଟରେ ଇସ୍ତଫା ଦେଇଛନ୍ତି।

ଏହା ବ୍ୟତୀତ ସନ୍ଦୀପ ପଠକ ପଞ୍ଜାବ ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ପାଇଁ ପରଦା ପଛରେ ରହି କାମ କରୁଥିଲେ ବୋଲି କୁହାଯାଉଛି। ବର୍ତ୍ତମାନ ଆମ୍ ଆଦମୀ ପାର୍ଟିର ୮ଜଣ ସାଂସଦ ରାଜ୍ୟସଭାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe