ନିର୍ବାଚନ ଫଳାଫଳ-୨୦୨୨: ପଞ୍ଜାବ ପୋଛିନେଲା କେଜ୍ରିୱାଲ୍‌ଙ୍କ ଆପ୍‌

କେଜ୍ରିୱାଲଙ୍କୁ ଭେଟିପାରିବେ ମାନ, ମାନିବାକୁପଡିବ ଏହି ସର୍ତ୍ତ

India Today

ଅମୃତସର: ପଂଜାବରେ ଆପ୍‌ର ଅପ୍ରତ୍ୟାଶିତ ବିଜୟ ହୋଇଛି। ଆପ୍‌ ସୁନାମୀରେ କଂଗ୍ରେସ ଧ୍ବସ୍ତ ହୋଇଯାଇଛି। ପଂଜାବରେ ୧୧୭ ଆସନରୁ ଆପ୍‌ ୯୨ ଆସନରେ ବିଜୟୀ/ଅଗ୍ରଣୀ ରହିଛି। କଂଗ୍ରେସକୁ ୧୮ ଆସନରେ ବିଜୟୀ/ଅଗ୍ରଣୀ ଥିବା ବେଳେ ଅକାଳି ଦଳକୁ ୩ଟି ଆସନ ମିଳିଥିବା ବେଳେ ବିଜେପି ମେଣ୍ଟ କେବଳ ୨ଟି ଆସନରେ ବିଜୟୀ ହୋଇଛି। ଆପ୍‌ ଦ୍ବିତୀୟ ଉଦ୍ୟମରେ ପଂଜାବରେ ବାଜି ମାରିନେଇଛି। ୮ ବର୍ଷ ହେବ ଗଢ଼ି ଉଠିଥିବା ଆପ୍‌ ଦଳ ଦିଲ୍ଲୀ ପରେ ପ୍ରଥମ ଥର ପାଇଁ ଦ୍ବିତୀୟ ରାଜ୍ୟରେ କ୍ଷମତାକୁ ଆସିଛି। ଆପ୍‌ କଂଗ୍ରେସକୁ ପଛରେ ପକାଇ ଏଭଳି ବିଶାଳ ବିଜୟ ହାସଲ କରିବା ଜାତୀୟ ରାଜନୀତିରେ ମଧ୍ୟ ଉଲ୍ଲେଖନୀୟ ଘଟଣା। ଆପ୍‌ ପଂଜାବ‌ରେ ଯେଭଳି ପ୍ରଦର୍ଶନ କରିଛି ଏହାଦ୍ବାରା ଅଣ ବିଜେପି ମେଣ୍ଟରେ ଆପ୍‌ ପ୍ରମୁଖ ଭୂମିକା ନିର୍ବାହ କରିବ।

ଆପ୍‌ର ଏଭଳି ବିଜୟ ପାଇଁ ଏହା ପ୍ରଥମ ଥର ସର୍ବଭାରତୀୟସ୍ତରରେ ବି‌ଜେପିର ମୁଖ୍ୟ ଚ୍ୟାଲେଂଜର ହେବ। ଆପ୍‌ର ଐତିହାସିକ ପଂଜାବ ବିଜୟ ଦ୍ବାରା ଜାତୀୟସ୍ତରରେ ଏହାର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରହିବ। ପଂଜାବରେ ବହୁ ଟାଣୁଆ ନେତାଙ୍କୁ ମାତ୍‌ ଦେବାରେ ଆପ୍‌ ସଫଳ ହୋଛି। ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ, ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ମଧ୍ୟ ନିର୍ବାଚନ ହାରି ଯାଇଛନ୍ତି। ତେବେ ପଂଜାବ କଂଗ୍ରେସରେ ବଡ଼ ଧରଣର କନ୍ଦଳ ପାଇଁ ହିଁ ଦଳ ଧୁଳି ଚାଟିଲା ବୋଲି କୁହାଯାଉଛି। ପଂଜାବ କଂଗ୍ରେସ କମିଟି ମୁଖପାତ୍ର ଗୁରିନ୍ଦର ସିଂହ ବାଲି କହିଛନ୍ତି, ପଂଜାବ କଂଗ୍ରେସରେ କଳହ ହିଁ କଂଗ୍ରେସ ହାରିବାର ମୁଖ୍ୟ କାରଣ। ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ୮୦ ଆସନରେ ଜିତିଥିଲା କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସକୁ ମାତ୍ର ୧୮ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପଂଜାବରେ ଆପ୍‌ର ବିଜୟ ପରେ ଆପ୍‌ ମୁଖ୍ୟ କେଜ୍ରିୱାଲ୍‌ ବିଜୟ ଭାଷଣ ଦେଇ ଦେଶବ୍ୟାପୀ ଲୋକମାନଙ୍କୁ ତାଙ୍କ ଦଳରେ ଯୋଗଦେବାପାଇଁ ଆହ୍ବାନ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ଆରମ୍ଭ ହୋଇଥିବା ବିପ୍ଳବ ପଂଜାବରେ ପହଞ୍ଚି ସାରିଛି। ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ କେଜ୍ରିୱାଲ୍‌ ଜନସାଧାରଣଙ୍କୁ ତାଙ୍କ ଦଳରେ ଯୋଗ ଦେବାପାଇଁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe