ଚଣ୍ଡୀଗଡ଼: ଅଟାକଳରେ କେଶ ଲାଖି ମୁଣ୍ଡ କଟିଯିବାରୁ ସୋମବାର ଦିନ ଜଣେ ୩୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନା ଅନୁସାରେ, ଅଟାକଳରେ କାମ କରୁଥିବା ସେ ମହିଳାଙ୍କ କେଶ ଅଟାକଳ ମେସିନ୍ରେ ଲାଖିଯିବାରୁ ତାଙ୍କ ମୁଣ୍ଡଟି ଶରୀରରୁ କଟି ଅଲଗା ହୋଇଯାଇଥିଲା।
India Todayମୃତା ମହିଳାଙ୍କ ନାମ ବଲଜୀତ୍ କୌର୍। ପଞ୍ଜାବର ଫିରୋଜପୁର ଜିଲ୍ଲା ଅନ୍ତର୍ଗତ ଶେଖଓ୍ଵାନ ଗାଁର ବାସିନ୍ଦା ବଲଜୀତ୍ ସ୍ୱାମୀଙ୍କ ସହ ମିଶି ଅଟକଳ ଚଲାନ୍ତି।
India TV Newsତାଙ୍କ ସ୍ୱାମୀ ବାହାରକୁ ଯାଇଥିବା ବେଳେ ଘଟଣାଟି ଘଟିଥିଲା। ଜଣେ ଗ୍ରାହକ ଅଟା ପାଇଁ ଆସିବାରୁ ବଲ୍ଜୀତ ଅଟା କାଢ଼ିବାକୁ ମେସିନ୍ ଉପରେ ନଇଁ ପଡ଼ିଥିଲେ। କଳ ଚାଲୁଥିବାରୁ ତାଙ୍କର କେଶ ଛନ୍ଦି ହୋଇଯାଇଥିଲା। ଫଳରେ ଉକ୍ତ ଗ୍ରାହକଙ୍କ ଆଗରେ ହିଁ କଳରେ କଟି ତାଙ୍କର ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା।
ଆଖପାଖର ଲୋକମାନେ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ହେଲା ନାହିଁ।
ଜୀରା ଥାନାର ଏଏସ୍ଆଇ ବଲଓ୍ଵିନ୍ଦର ସିଂହ କହିଛନ୍ତି, ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇ ଧାରା ୧୭୪ ଆଧାରରେ ଏକ ମାମଲା ରୁଜୁ କରାଯାଇଛି।
Follow Us