ପୁରୀ : ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଦେଶ ଭିତରେ ଆଉ ସୀମିତ ରହିନାହିଁ। ଏହାକୁ ନେଇ ବିଦେଶରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି। ବିଦେଶୀ ଗଣମାଧ୍ୟମରେ ଏହାକୁ ନେଇ ଖବର ପ୍ରକାଶ ପାଇଛି। ଆଜି ନ୍ୟୁୟର୍କ ଟାଇମ୍ସରେ ଏହି ପ୍ରସଙ୍ଗରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିବା ଜଣାପଡିଛି। କେବଳ ରତ୍ନ ଭଣ୍ଡାର ଚାବି ନୁହେଁ, ରତ୍ନ ଭଣ୍ଡାରରେ କେତେ ଅଳଙ୍କାର ରହିଛି ସେ ସଂପର୍କରେ ମଧ୍ୟ ଏହି ରିପୋର୍ଟରେ ତଥ୍ୟ ଉଲ୍ଲେଖ ରହିଛି। ଗତ ଏପ୍ରିଲ ମାସର ରତ୍ନ ଭଣ୍ଡାର ଖୋଲିବା ଏବଂ ଏହାର ଦୁଇ ମାସ ପରେ ଚାବି ହଜିବା କଥା ରିପୋର୍ଟରେ ସ୍ଥାନ ପାଇଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ୮.୮ ବିଲିୟନ ପାଉଣ୍ଡର ସୁନା ଅଳଙ୍କାର ଗଚ୍ଛିତ ରହିଥିବା ଏବଂ ଏହାର ବଜାର ଦର ୧୬୦ ବିଲିୟନ ଡଲାର ହେବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଏହି ଖବରକାଗଜରେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ରହିଥିବା କଟକଣା ଓ ମାନ୍ୟବର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ରଖିଥିବା ପ୍ରସ୍ତାବ ସଂପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି।
ବିଦେଶରେ ବୁଲିଲାଣି ଶ୍ରୀମନ୍ଦିର ରତ୍ନଭଣ୍ଡାର ହିସାବ : ନ୍ୟୁୟର୍କ ଟାଇମ୍ସ ଅନୁସାରେ ରତ୍ନ ଭଣ୍ଡାରରେ ରହିଛି ୧୬୦ ବିଲିୟନ ଡଲାର ମୂଲ୍ୟର ଅଳଙ୍କାର
Advertisment
Follow Us