ତିରୁପତିରେ ହେଲା ଶୁଦ୍ଧୀକରଣ ଅନୁଷ୍ଠାନ

ଅପମିଶ୍ରିତ ଲଡୁ ବିବାଦ ମଧ୍ୟରେ ତିରୁମାଲା ମନ୍ଦିରରେ ଶୁଦ୍ଧୀକରଣ ବିଧି ସମ୍ପନ୍ନ ହୋଇଛି। ଯଜ୍ଞାନୁଷ୍ଠାନ ଓ ଅନ୍ୟାନ୍ୟ ଉପଚାର ମଧ୍ୟରେ ଭଗବାନ ଭେଙ୍କଟେଶ୍ୱରଙ୍କ ଶୁଦ୍ଧୀକରଣ କରାଯିବା ସହ ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରାଯାଇଛି।

ଅଦ୍ୟତନ ହୋଇଛି
tirupathi1

ତିରୁପତି: ତିରୁପତି ମନ୍ଦିରର ଲଡୁରେ ପଶୁ ଚର୍ବି ବ୍ୟବହାରକୁ ନେଇ ସାରା ଦେଶରେ ବଡ଼ ବିବାଦ ଦେଖାଦେଇଛି । ଏହାକୁ ନେଇ ଭକ୍ତ ଓ ସାଧୁ ସମ୍ପ୍ରଦାୟ କ୍ଷୁବ୍ଧ ଅଛନ୍ତି । ଏହି ଘଟଣା ପରେ ଦେଶର ଅନେକ ମନ୍ଦିରରେ ଏବେ ଦେବତାଙ୍କୁ ବାହାରୁ ଅଣାଯାଇଥିବା ପ୍ରସାଦ ଅର୍ପଣ ଉପରେ କଟକଣା ଲଗାଯାଇଛି। ଏସବୁ ମଧ୍ୟରେ ତିରୁମାଲା ମନ୍ଦିରରେ ଶୁଦ୍ଧୀକରଣ ବିଧି ସମ୍ପନ୍ନ ହୋଇଛି। ଯଜ୍ଞାନୁଷ୍ଠାନ ଓ ଅନ୍ୟାନ୍ୟ ଉପଚାର ମଧ୍ୟରେ ଭଗବାନ ଭେଙ୍କଟେଶ୍ୱରଙ୍କ ଶୁଦ୍ଧୀକରଣ କରାଯିବା ସହ ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରାଯାଇଥିଛି।

ତିରୁମାଲା ମନ୍ଦିରର ପବିତ୍ରତା ପାଇଁ 'ଶାନ୍ତି ହୋମ ପଞ୍ଚଗବ୍ୟ ପ୍ରେକ୍ଷଣ’ ନାମକ ଶୁଦ୍ଧୀକରଣ ବିଧି ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଟିଟିଡି ଅନୁଯାୟୀ, ଏହି ରୀତିନୀତିର ଉଦ୍ଦେଶ୍ୟ ଥିଲା ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ପ୍ରସନ୍ନ କରିବା ଏବଂ ତିରୁପତିରେ ଅର୍ପଣ କରାଯାଇଥିବା ଅଶୁଦ୍ଧ ପ୍ରସାଦର ପାଇଁ କ୍ଷମାପ୍ରାର୍ଥନା କରିବା ।

ମନ୍ଦିର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭଗବାନ ଭେଙ୍କଟେଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ ପଞ୍ଚଗବ୍ୟ ଅଭିଷେକ (ଗାଈ ଜାତ ଦ୍ରବ୍ୟ ରେ ସ୍ନାନ) ସମେତ ୪ ଘଣ୍ଟିଆ ଶୁଦ୍ଧି ବିଧି ଅନୁଷ୍ଠିତ ହୋଇଥିଲା। ପ୍ରସାଦ ଲଡୁରେ ପଶୁ ଚର୍ବିର ଅପମିଶ୍ରଣକୁ ନେଇ ବିବାଦ ସୃଷ୍ଟି ହେବା ପରେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଏହି ଭବ୍ୟ ଶୁଦ୍ଧି ବିଧି ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ମନ୍ଦିରର ପୂଜକ ଓ ଟିଟିଡି ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ତିରୁମାଲା ମନ୍ଦିରର ପବିତ୍ରତା ପାଇଁ 'ଶାନ୍ତି ହୋମ ପଞ୍ଚଗବ୍ୟ ପ୍ରେକ୍ଷଣ’ ନାମକ ଶୁଦ୍ଧୀକରଣ ବିଧି ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଟିଟିଡି ଅନୁଯାୟୀ, ଏହି ରୀତିନୀତିର ଉଦ୍ଦେଶ୍ୟ ଥିଲା ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ପ୍ରସନ୍ନ କରିବା ଏବଂ ତିରୁପତିରେ ଅର୍ପଣ କରାଯାଇଥିବା ଅଶୁଦ୍ଧ ପ୍ରସାଦର ପାଇଁ କ୍ଷମାପ୍ରାର୍ଥନା କରିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe