ଦଳାଚକଟା ସ୍ଥାନରେ କୌଣସି ପୁଲିସ୍‌ ବନ୍ଦୋବସ୍ତ ନଥିଲା: ପ୍ରତ୍ୟେକ୍ଷଦର୍ଶୀ

ବୁଧବାର ସକାଳୁ ମହାକୁମ୍ଭରେ ଦଳାଚକଟାରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିବା କଥା ଚାରିଆଡ଼େ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହି ଦଳାଚକଟାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀ ଏବେ ତାଙ୍କର ବୟାନ ରଖିଛନ୍ତି।

ladies

ପ୍ରୟାଗରାଜ: ବୁଧବାର ସକାଳୁ ମହାକୁମ୍ଭରେ ଦଳାଚକଟାରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିବା କଥା ଚାରିଆଡ଼େ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହି ଦଳାଚକଟାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀ ଏବେ ତାଙ୍କର ବୟାନ ରଖିଛନ୍ତି।

ପ୍ରତ୍ୟେକ୍ଷଦର୍ଶୀ ଜଣକ କହିଛନ୍ତି, ‘‘ମୌନି ଅମାବାସ୍ୟା'ରେ ପବିତ୍ର ସ୍ନାନ ପାଇଁ ହଜାର ହଜାର ଭକ୍ତ ଆସିଥିଲେ। ଅନ୍ୟ ଦିନ ତୁଳନାରେ ଏଠ‌ାରେ ଖୁବ୍ ଭିଡ଼ ଜମିଥିଲା। ସଙ୍ଗମରେ ପବିତ୍ର ବୁଡ଼ ପକାଇବାକୁ ଯାଉଥିବା ଶ୍ରଦ୍ଧାଳୁ ଓ ବୁଡ଼ ପକାଇ ଫେରୁଥିବା ଶ୍ରଦ୍ଧାଳୁ ମୁହାଁମୁହିଁ ହୋଇ ଯିବା ପରେ ଭିଡ଼ ଆହୁରି ଜୋର୍‌ ଜମିଥିଲା। ସେଠାରେ ଭିଡ଼କୁ ଆୟତ୍ତ କରିବାକୁ କୌଣସି ପୁଲିସ୍‌ ମଧ୍ୟ ନଥିଲେ। ଠେଲାପେଲା ହେବାରୁ ଏଭଳି ଅଘଟଣ ଘଟିଛି।’’

ଦଳାଚକଟା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବିନୟ କୁମାର ଯାଦବ ଅଭିଯୋଗ କରିଛନ୍ତି ଯେ ଗଙ୍ଗା, ଯମୁନା ଏବଂ ସରସ୍ୱତୀର ସଙ୍ଗମରେ ପବିତ୍ର ବୁଡ଼ ପକାଇବା ପରେ ଲୋକମାନେ ସୁରକ୍ଷିତ ଭାବରେ ଘଟଣାସ୍ଥଳରୁ ବାହାରି ଆସିବା ପାଇଁ କୌଣସି ସୁଯୋଗ ପାଇନଥିଲେ। ସେମାନେ ଭିଡ଼ରେ ଚାପି ହୋଇ ଯାଇଥିଲେ। କୌଣସି ପୁଲିସ ବ୍ୟବସ୍ଥା ନଥିବାରୁ ବିଶେଷ ସମସ୍ୟା ଉପୁଜିଥିଲା। 

"ଆମେ ଘାଟକୁ ଯାଉଥିଲୁ। ଅନେକ ଲୋକ ଘାଟରୁ ଫେରୁଥିଲେ। ହଠାତ୍, ସେଠାରେ ଭିଡ଼ ହୋଇଗଲା। ଲୋକଙ୍କ ବାହାରକୁ ଯିବା ପାଇଁ କୌଣସି ସ୍ଥାନ ନଥିଲା। ସମସ୍ତେ ପରସ୍ପର ଉପରେ ଠେଲାପେଲି କରୁଥିଲେ ଏବଂ ପଡ଼ିଯାଉଥିଲେ।’’ ବୋଲି ଯାଦବ କହିଛନ୍ତି। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଦଳାଚକଟାରେ ମୃତ୍ୟୁବରଣ କରିଛନ୍ତି ଏବଂ ଏହା ଉପଯୁକ୍ତ ବନ୍ଦୋବସ୍ତ ଅଭାବରୁ ବୋଲି ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe