ଉତ୍ତର କୋରିଆ ଗସ୍ତ କରିବାକୁ କିମ୍‌ଙ୍କ ନିମନ୍ତ୍ରଣ ଗ୍ରହଣ କଲେ ରାଷ୍ଟ୍ରପତି ପୁଟିନ୍‌

Advertisment
ଉତ୍ତର କୋରିଆ ଗସ୍ତ କରିବାକୁ କିମ୍‌ଙ୍କ ନିମନ୍ତ୍ରଣ ଗ୍ରହଣ କଲେ ରାଷ୍ଟ୍ରପତି ପୁଟିନ୍‌

Image Courtesy of The Telegraph Online

ଭ୍ଲାଦିଭୋସ୍ତୋକ୍‌: ଉତ୍ତର କୋରିଆ ଗସ୍ତ କରିବା ଲାଗି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ନିମନ୍ତ୍ରଣ ରକ୍ଷା କରିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ଆଜି ରିପୋର୍ଟ କରିଛି।

ଭ୍ଲାଦିଭୋସ୍ତୋକ୍‌ରେ ‘ପୂର୍ବାଞ୍ଚଳ ଅର୍ଥନୈତିକ ସାମ୍ମୁଖ୍ୟ’ରେ ପୁଟିନ୍‌ଙ୍କ ସହିତ ଆଲୋଚନା କରିବା ସମୟରେ ଉତ୍ତର କ‌ୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ତାଙ୍କୁ ନିମନ୍ତ୍ରଣ କରିଥିଲେ।

ରିପୋର୍ଟରେ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ (କେସିଏନ୍‌ଏ) କହିଛି: ଆତିଥେୟତା (ଭୋଜନ) ପରେ କିମ୍‌ ଜୋଙ୍ଗ୍‌ ଉନ୍‌ ସୌଜନ୍ୟ ସହକାରେ ନିଜ ସୁବିଧା ଅନୁସାରେ ଉତ୍ତର କୋରିଆ ଗସ୍ତରେ ଆସିବାକୁ ପୁଟିନ୍‌ଙ୍କୁ ନିମନ୍ତ୍ରଣ କରିଥିଲେ। ପୁଟିନ୍‌ ଆନନ୍ଦ ସହକାରେ ଆମନ୍ତ୍ରଣ ରକ୍ଷା କରିଛନ୍ତି ଓ ପୁଣି ଥରେ କହିଛନ୍ତି ଯେ, ରୁଷ୍‌-‘ଡିପିଆର୍‌କେ’ର (ଉତ୍ତର କୋରିଆ) ବନ୍ଧୁତ୍ବର ଇତିହାସ ଓ ପରମ୍ପରାକୁ ସେ ଆଗେଇ ନେଉଥିବେ।

publive-image Image Courtesy of The Telegraph Online

କିନ୍ତୁ, ଏହି ଗସ୍ତ ସଂକ୍ରାନ୍ତରେ କ‌ୌଣସି ତାରିଖ ନିର୍ଦ୍ଧାରଣ କରାଯାଇ ନ ଥିବା କଥା ଉକ୍ତ ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସାମ୍ରାଜ୍ୟବାଦୀଙ୍କ ସାମରିକ ଧମକ ଓ ଅକାରଣ ଉତ୍ତେଜନାକୁ ଭଣ୍ଡୁର କରିବା ପାଇଁ ଏକଜୁଟ ହେବେ‌ ବୋଲି ଦୁଇ ନେତା ପ୍ରତିବଦ୍ଧ ହୋଇଛନ୍ତି।

ସମ୍ଭାବ୍ୟ ସାମରିକ ସହଯୋଗିତା ଓ ସାଟେଲାଇଟ୍‌ ନିର୍ମାଣ କ୍ଷେତ୍ରରେ ଉତ୍ତର କୋରିଆକୁ ସହାୟତା କରିବା କଥା ଆଲୋଚନା କରିଥିଲେ ବୋଲି ବୁଧବାର ଦିନ ‘ଭୋସ୍ତୋଚ୍‌ନି ମହାକାଶ କେନ୍ଦ୍ର’ରେ ହୋଇଥିବା ଆଲୋଚନା ସଂକ୍ରାନ୍ତରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ ପରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe