ପୁଟିନ୍‌ ପୁଣି ରାଷ୍ଟ୍ରପତି ନିର୍ବାଚିତ :ଚତୁର୍ଥ ଥର ପାଇଁ ରୁଷ୍‌ କ୍ଷମତା ଦଖଲ

Advertisment
ପୁଟିନ୍‌ ପୁଣି ରାଷ୍ଟ୍ରପତି ନିର୍ବାଚିତ :ଚତୁର୍ଥ ଥର ପାଇଁ ରୁଷ୍‌ କ୍ଷମତା ଦଖଲ

ମସ୍କୋ: ରୁଷ୍‌ର ନାଗରିକମାନେ ଭ୍ଲାଦିମିର ପୁଟିନ୍‌ଙ୍କୁ ଆଗାମୀ ୬ ବର୍ଷ ପାଇଁ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚିତ କରିଛନ୍ତି। ରବିବାର ସେମାନେ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ପୁଟିନ ଅତି ସହଜରେ ବିପୁଳ ବିଜୟ ହାସଲ କରିବେ ବୋଲି ବିଭିନ୍ନ ସର୍ଭେ ସଂସ୍ଥା କରିଥିବା ପୂର୍ବାନୁମାନ ସତ ହୋଇଛି। ମୋଟ ୧୦ କୋଟିରୁ ଅଧିକ ମତଦାନ ହୋଇଥିବା ବେଳେ ପୁଟିନ୍‌ଙ୍କ ସପକ୍ଷରେ ୭୪ ପ୍ରତିଶତ ଭୋଟ ଯାଇଛି। ଏହାଦ୍ୱାରା ୨୦୦୦ ମସିହାରୁ ନିର୍ବାଚିତ ହୋଇଆସୁଥିବା ପୁଟିନ ରାଷ୍ଟ୍ରପତି ପଦରେ ୨୦୨୪ ପର୍ଯ୍ୟନ୍ତ ରହିବେ। ଜୋସେଫ ଷ୍ଟାଲିନ୍‌ଙ୍କ ପରେ ଦୁଇ ଦଶନ୍ଧି ଧରି ଦେଶର କ୍ଷମତାକୁ ଜାବୁଡ଼ି ଧରିବାରେ ପୁଟିନ ହେଉଛନ୍ତି ପ୍ରଥମ ନେତା। ସୂଚନା ଥାଉ କି, ପୁଟିନଙ୍କର ଶାସନ କାଳରେ ରୁଷ୍‌ ଉଭୟ ଆର୍ଥିକ ଓ ସାମରିକ ଦୃଷ୍ଟିରୁ ଯଥେଷ୍ଟ ଶକ୍ତିଶାଳୀ ହୋଇପାରିଛି। ତେଣୁ ଦେଶବାସୀ ତାଙ୍କୁ ଏପରି ଆଶାତୀତ ସମର୍ଥନ ଜଣାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe