Image Courtesy of India Today
ନୂଆଦିଲ୍ଳୀ : ରୁଷ୍ ସହ ଯୁଦ୍ଧ ପାଇଁ ୟୁକ୍ରେନ୍କୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ସହଯୋଗ ବଢ଼ୁଥିବାରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଦୋମୁହାଁ ଓ ଛଳନୀତି ପାଇଁ ପୁଟିନ କଡ଼ା ସମାଲୋଚନା କରିବା ସହ ରୁଷ୍ କୌଣସି ସ୍ଥିତିରେ ବି ବାହ୍ୟ ଚାପରେ ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରମାନେ ଭାରତ ଏବଂ ଆଫ୍ରିକାକୁ ଅନେକ ବର୍ଷ ଧରି ଲୁଣ୍ଠନ କରିଥିଲେ ଏବଂ ଏବେ ରୁଷ୍କୁ ଟାର୍ଗେଟ୍ କରାଯାଉଛି। ଭାରତ ଓ ଆଫ୍ରିକାର ସମ୍ପଦ ଲୁଣ୍ଠନ କରିଥିବା ପଶ୍ଚିମ ରାଷ୍ଟ୍ରମାନେ ସର୍ବଦା ଶୋଷଣ ନୀତିକୁ ହିଁ ଆଶ୍ରା କରି ଆଗକୁ ବଢ଼ନ୍ତି। ୟୁକ୍ରେନ୍ର ୪ଟି ଅଞ୍ଚଳକୁ ନିଜ ରାଷ୍ଟ୍ରରେ ସାମିଲ କରାଇଥିବା ପୁଟିନ ପାଶ୍ଚାତ୍ୟ ରାଷ୍ଟ୍ରର ଉପନିବେଶ ସମୟର ନୀତି, ଲୁଣ୍ଠନ ଓ ଅତ୍ୟାଚାର ସଂପର୍କରେ ବିଶ୍ବକୁ ମନେ ପକାଇ ଦେଇଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଦାସ ବ୍ୟବସାୟ, ପରମାଣୁ ଓ ରସାୟନିକ ଅସ୍ତ୍ର ବ୍ୟବହାର କଥା ପୁଟିନ ତାଙ୍କ ଭାଷଣରେ ଉଲ୍ଲେଖ କରିଛନ୍ତି। କ୍ରେମଲିନର ସେଣ୍ଟ ଜର୍ଜ୍ ହଲ୍ରେ ପୁଟିନ ଶୁକ୍ରବାର ଦିନ ଏକ ଉଦ୍ବୋଧନରେ ଏଭଳି ଟିପ୍ପଣୀ ଦେଇଛନ୍ତି।
Follow Us