ବାଣିଜ୍ୟ ଓ ମହାକାଶ ବିଷୟରେ ଆଲୋଚନା କରିବାକୁ ଭାରତ ଆସିବେ ପୁଟିନ୍‌ଙ୍କର ଦୁଇଜଣ ସହଯୋଗୀ

Advertisment
ବାଣିଜ୍ୟ ଓ ମହାକାଶ ବିଷୟରେ ଆଲୋଚନା କରିବାକୁ ଭାରତ ଆସିବେ ପୁଟିନ୍‌ଙ୍କର ଦୁଇଜଣ ସହଯୋଗୀ

Image Source: Hindustan Times

ନୂଆଦିଲ୍ଲୀ: ବାଣିଜ୍ୟ ଠାରୁ ଆରମ୍ଭ କରି ମହାକାଶ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଏବଂ ଦୁଇ ଦେଶ ମଧ୍ୟରେ ଶିଖର ବୈଠକ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କର ଦୁଇ ଜଣ ଉଚ୍ଚସ୍ତରୀୟ ସହଯୋଗୀ।

ଜଣେ ହେଉଛନ୍ତି ରାଷ୍ଟ୍ରାୟତ ମହାକାଶ ଏଜେନ୍‌ସି ରୋସ୍‌କସ୍‌ମୋସ୍‌ ମହାନିର୍ଦେଶକ ଦିମିତ୍ରି ରୋଗୋଜିନ୍‌ ଏବଂ ଅନ୍ୟ ଜଣକ ହେଉଛନ୍ତି ଆର୍ଥିକ ବିକାଶ ମନ୍ତ୍ରୀ ମ୍ୟାକ୍ସିମ୍‌ ଓରେସ୍‌ଖିନ୍‌। ଜୁଲାଇ ୯ ଏବଂ ୧୦ ତାରିଖ ଦିନ ସେମାନେ ନୂଆଦିଲ୍ଲୀରେ ଏ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ।

publive-image

ମହାକାଶକୁ ଭାରତ ମାନବ ପଠାଇବାକୁ କରିଥିବା ଯୋଜନା ଗଗନଯାନ ପାଇଁ ଭାରତୀୟ କର୍ମଚାରୀଙ୍କୁ ତାଲିମ ଦେବା, କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ ଏବଂ ଲାଟିନ୍‌ ଆମେରିକାନ୍‌ ଦେଶଗୁଡ଼ିକ ମଧ୍ୟରେ ସମ୍ଭାବ୍ୟ ମିଳିତ ପ୍ରକଳ୍ପ ଆଦି ବିଷୟରେ ଦିମିତ୍ରି ରୋଗୋଜିନ୍‌ କଥାବାର୍ତ୍ତା କରିବେ।
ଗତ କେତେ ବର୍ଷ ହେବ ୧୦ ବିଲିୟନ୍‌ ଡଲାର୍‌ରେ ସ୍ଥାଣୁ ପାଲଟି ଯାଇଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସଂକ୍ରାନ୍ତରେ ଓରେସ୍‌ଖିନ୍‌ ଆଲୋଚନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe