Advertisment

ମୋଦୀଙ୍କୁ ଫୋନ ଲଗାଇଲେ ପୁଟିନ

Advertisment

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ସୂଚନା ଦେଇଥିଲେ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ସୂଚନା ଦେଇଥିଲେ।

putin

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ସୂଚନା ଦେଇଥିଲେ। ଏହା ସହିତ ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। 

ଟ୍ରମ୍ପ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଜରିମାନା ଲଗାଇଛନ୍ତି ଓ ଆଗକୁ ଆହୁରି ୨୫ପ୍ରତିଶତ ଲଗାଇବାକୁ ଧମକ ଦେଇଛନ୍ତି । ଏହି କାରଣରୁ ଆଲାସ୍କାରେ ହୋଇଥିବା ଟ୍ରମ୍ପ-ପୁଟିନ ସାକ୍ଷାତ ଭାରତ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ ରେ ପୋଷ୍ଟ କରିଥିଲେ ଯେ ସେ ପୁଟିନଙ୍କୁ ଫୋନ୍ କଲ୍ ପାଇଁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି- "ମୋର ବନ୍ଧୁ, ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କ ଫୋନ୍ କଲ୍ ଏବଂ ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କ ସମ୍ପ୍ରତିକ ସାକ୍ଷାତ ବିଷୟରେ ଅବଗତ କରାଇବା ପାଇଁ ଧନ୍ୟବାଦ। ଭାରତ ନିରନ୍ତର ଭାବରେ ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ ଦେଇଛି ଏବଂ ଏହି ସମ୍ପର୍କରେ ସମସ୍ତ ପ୍ରୟାସକୁ ସମର୍ଥନ କରୁଛି। ଆଗାମୀ ଦିନରେ ଆମର ନିରନ୍ତର ଆଦାନପ୍ରଦାନ ପାଇଁ ମୁଁ ଅପେକ୍ଷା କରିଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe