ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ଆରମ୍ଭ ପୂର୍ବରୁ ଋଷ ପରମାଣୁ ବାହିନୀକୁ ‘ହାଇଆଲର୍ଟ’ରେ ରଖିଲେ ରାଷ୍ଟ୍ରପତି ପୁଟିନ୍‌

Advertisment
ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ଆରମ୍ଭ ପୂର୍ବରୁ ଋଷ ପରମାଣୁ ବାହିନୀକୁ ‘ହାଇଆଲର୍ଟ’ରେ ରଖିଲେ ରାଷ୍ଟ୍ରପତି ପୁଟିନ୍‌

indiatoday

ମସ୍କୋ: ଗୋଟିଏ ପଟେ ୟୁକ୍ରେନ ସହ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଅନ୍ୟପଟେ ଋଷୀୟ ପରମାଣୁ ବାହିନୀକୁ ହାଇଆଲର୍ଟରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ପୁଟିନ୍‌ ଋଷର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନାମୁଖ୍ୟଙ୍କୁ ପରମାଣୁ ବାହିନୀକୁ ‘ଯୁଦ୍ଧ ଲାଗି ସ୍ୱତନ୍ତ୍ର ପ୍ରସ୍ତୁତି’ରେ ରଖିବାକୁ ରବିବାର ନିର୍ଦ୍ଦେଶ ଦେଇଛନ୍ତି।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ପାଶ୍ଚାତ୍ୟ ରାଷ୍ଟ୍ର ସହିତ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ଋଷର ପରମାଣୁ ପ୍ରତିରୋଧକ ବାହିନୀକୁ ‘ହାଇଆଲର୍ଟ’ରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଋଷର ଶୀର୍ଷ ଅଧିକାରୀଙ୍କ ସହ ଅନୁଷ୍ଠିତ ଏକ ବୈଠକରେ ରାଷ୍ଟ୍ରପତି ପୁଟିନ୍‌ ରବିବାର କହିଛନ୍ତି ଯେ ଅଗ୍ରଣୀ ନାଟୋ ଶକ୍ତିମାନେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହିତ ମିଶି ଋଷ ବିରୋଧରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇବା ସହିତ ଆକ୍ରମଣାତ୍ମକ ବିବୃତ୍ତି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପୁଟିନ୍‌ ଋଷର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନାମୁଖ୍ୟଙ୍କୁ ପରମାଣୁ ପ୍ରତିରୋଧକ ବାହିନୀକୁ ଯୁଦ୍ଧ ଲାଗି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଷ୍ଟ୍ରପତି ପୁଟିନ୍‌ଙ୍କ ଏହି ଆଦେଶ ଏବେ ନୂତନ ବିପଦ ସୃଷ୍ଟି କରିଛି। କାରଣ, ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଉତ୍ତେଜନା ପରମାଣୁ ଅସ୍ତ୍ରବ୍ୟବହାରର କାରଣ ହୋଇପାରେ। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ୍‌ କହିଥିଲେ ଯେ ୟୁକ୍ରେନ ସଂଘର୍ଷରେ ଯିଏ ବି ସିଧାସଳଖ ହସ୍ତକ୍ଷେପ କରିବ, ତା’ ବିରୋଧ ବିରୋଧରେ କଠୋର ପ୍ରତିଶୋଧ ନିଆଯିବ; ଯାହାକୁ କି ଇତିହାସ ମଧ୍ୟ କେବେ ଦେଖି ନଥିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe