ଏକେ-୪୭ ବନ୍ଧୁକ ସହ ସ୍ପୁଟନିକ ଭି ଟିକାକୁ ତୁଳନା କଲେ ଋଷ ରାଷ୍ଟ୍ରପତି

ଏକେ-୪୭ ବନ୍ଧୁକ ସହ ସ୍ପୁଟନିକ ଭି ଟିକାକୁ ତୁଳନା କଲେ ଋଷ ରାଷ୍ଟ୍ରପତି

ମସ୍କୋ: ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କରୋନା ଭାଇରସ ଟିକାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଋଷରେ ନିର୍ମିତ କରୋନା ଟିକା ସ୍ପୁଟନିକ-ଭି କୁ ପ୍ରଭାବଶାଳୀ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ କାଲାଶନିକୋଭ ରାଇଫଲ(ଏକେ-୪୭) ଯେତିକି ବିଶ୍ୱାସଯୋଗ୍ୟ ସେତିକି ଟିକା ମଧ୍ୟ ବିଶ୍ୱାସଯୋଗ୍ୟ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି,ଯେ ' ଆମର ଔଷଧ ସେହି ସବୁ ଟେକ୍ନୋଲୋଜି ଉପରେ ଆଧାରିତ ଯାହାକି ଦଶନ୍ଧି ଧରି ବିଭିନ୍ନ ଫୋରମରେ ବ୍ୟବହୃତ ହୋଇଆସୁଛି। ଏହି ଔଷଧଗୁଡିକ ବହୁତ ଆଧୁନିକ ଏବଂ ଆଜିର ସମୟ ଅନୁଯାୟୀ ପ୍ରସ୍ତୁତ କରାଯାଇଛି | ଆମର ଟିକା ସୁରକ୍ଷିତ ହୋଇଥିବାବେଳେ ଏହି ଟିକା ଏକେ-୪୭ ଭଳି ବିଶ୍ୱାସଯୋଗ୍ୟ। ଆମେ ଏହା କହୁ ନାହୁଁ, କିନ୍ତୁ ୟୁରୋପୀୟ ବିଶେଷଜ୍ଞ ଏହା କହିଛନ୍ତି। ଏବଂ ମୁଁ ଭାବୁଛି ସେମାନେ ନିଶ୍ଚିତ ଭାବରେ ଠିକ୍ କହିଛନ୍ତି '|

ଆହୁରି ମଧ୍ୟ, ଭ୍ଲାଦିମିର ପୁଟିନ କହିଛନ୍ତି, 'ପ୍ରକୃତରେ ଏହି ଟିକା କେତେ ପ୍ରଭାବଶାଳୀ, ଆସନ୍ତା ୧୦ ବର୍ଷ ମଧ୍ୟରେ ଏହାକୁ ବ୍ୟବହାର କରିବା ପରେ ଆମେ ଜାଣିବା। ଦୀର୍ଘକାଳୀନ ବ୍ୟବହାର ପରେ, ଯେତେବେଳେ ଏହାର ବିଶ୍ଳେଷଣ କରାଯାଏ, ଏହାର ପ୍ରକୃତ ଫଳାଫଳ ଜଣା ପଡ଼ିବ | ସୂଚନା ଥାଉ କି ସୂଚନା ଥାଉ କି ସ୍ପୁଟନିକ-ଭି ଟିକାକୁ ଗାମାଲାୟା ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଆଣ୍ଡ ମାଇକ୍ରୋବିଓଲୋଜି ଦ୍ୱାରା ବିକଶିତ କରାଯାଇଛି |

ଦେଶରେ ସଂକ୍ରମଣ ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷର ସ୍ପୁଟନିକ-ଭି କରୋନା ଟିକାର ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଥିଲେ । କୋଭାକ୍ସିନ ଓ କୋଭିସିଲ୍ଡ ପରେ ଏବେ ଭାରତରେ କରୋନା ମୁକାବିଲାରେ ସାହାଯ୍ୟ କରିବ ସ୍ପୁଟନିକ-ଭି କରୋନା ଟିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe