ଭାରତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

Advertisment
ଋଷ ଉପରେ ଲାଗିଥିବା ପ୍ରତିବନ୍ଧକରୁ ଲାଭ ଉଠାଇବ ଭାରତ, ଶସ୍ତାରେ କିଣିବ ତେଲ

The Indian Express

ନୂଆଦିଲ୍ଲୀ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନିକିଆ ଭାରତ ଗସ୍ତ କରିଛନ୍ତି। ଦିଲ୍ଲୀସ୍ଥିତ ପାଲମ ବିମାନ ବନ୍ଦରରେ ପୁଟିନ ସନ୍ଧ୍ୟାରେ ପହଞ୍ଚିବା ପରେ ସିଧାସଳଖ ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସକୁ ଯାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଟିନଙ୍କୁ ସ୍ବାଗତ କରିଥିଲେ।
ଏହାପରେ ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। କରୋନା ମହାମାରୀ ଆରମ୍ଭ ହେବାପରେ ପୁଟିନଙ୍କ ଏହା ଦ୍ବିତୀୟ ବିଦେଶ ଗସ୍ତ ହୋଇଥିବାରୁ ଭାରତ ପ୍ରତି ପୁଟିନଙ୍କ ଭଲପାଇବା ସ୍ପଷ୍ଟ ହୋଇଛି ବୋଲି ମୋଦୀ ଏହି ଅବସରରେ କହିଛନ୍ତି। ମୋଦୀ କହିଛନ୍ତି, କୋଭିଡ ମହାମାରୀ ଏବଂ ଅନ୍ୟାନ୍ୟ ସମସ୍ୟା ସତ୍ତ୍ବେ ଦୁଇ ଦେଶମଧ୍ୟରେ ସଂପର୍କ ମଜଭୁତ ହୋଇଛି। ଅନ୍ୟପକ୍ଷରେ ପୁଟିନ ଭାରତକୁ ରୁଷର ଦୀର୍ଘଦିନର ବନ୍ଧୁ ବୋଲି କ‌ହିଛନ୍ତି।

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚଳିତବର୍ଷ ବୃଦ୍ଧି ପାଇଛି। ଭାରତକୁ ଏକ ବିରାଟ ଶକ୍ତି ଭାବେ ଆମେ ପରିଗଣିତ କରୁଛୁ। ଆମ ମଧ୍ୟରେ ସାମରିକ ସଂପର୍କ ଅତୁଳନୀୟ ବୋଲି ପୁଟିନ କହିଛନ୍ତି। ଶକ୍ତିଠାରୁ ଆରମ୍ଭ କରି ମହାକାଶ କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କ ରହିଛି। ଭାରତ ଏବଂ ରୁଷିଆ ମଧ୍ୟରେ ଦ୍ବିପାକ୍ଷିକ ନିବେଶ ୩୮ ବିଲିଅନରେ ପହଞ୍ଚିଛି। ସାମରିକ ଏବଂ ବୈଷୟିକ କ୍ଷେତ୍ରରେ ଭାରତ ଏବଂ ରୁଷ ମଧ୍ୟରେ ଯେଭଳି ସହଯୋଗ ରହିଛି ତାହା ଅନ୍ୟ କୌଣସି ଦେଶ ମଧ୍ୟରେ ନାହିଁ ବୋଲି ପୁଟିନ କହିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ପରେ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଲୋଚନା ସଂପର୍କରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe