ଉପଯୁକ୍ତ ନିଷ୍ପତ୍ତିର ନିକଟତର ହୋଇଥିଲୁ… : ପୁଟିନ

ଆମେରିକାର ଆଲାସ୍କାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟି ମସ୍କୋ ଫେରିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଏହି ଆଲୋଚନା ଅତ୍ୟନ୍ତ ସକାରାତ୍ମକ ଥିଲା ଓ ଆମେ ଉପଯୁକ୍ତ ନିଷ୍ପତ୍ତି ନେବାର ନିକଟତର ହୋଇଯାଇଥିଲୁ ।

Putin

ମସ୍କୋ : ଆମେରିକାର ଆଲାସ୍କାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟି ମସ୍କୋ ଫେରିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଏହି ଆଲୋଚନା ଅତ୍ୟନ୍ତ ସକାରାତ୍ମକ ଥିଲା ଓ ଆମେ ଉପଯୁକ୍ତ ନିଷ୍ପତ୍ତି ନେବାର ନିକଟତର ହୋଇଯାଇଥିଲୁ ।

ମସ୍କୋରେ ନିଜ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ପୁଟିନ କହିଛନ୍ତି ଯେ ସେ ଟ୍ରମ୍ପଙ୍କ ସହ ଅତ୍ୟନ୍ତ ନିରପେକ୍ଷଭାବେ ଯୁଦ୍ଧର ମୁଖ୍ୟ କାରଣ ଏବଂ ତାହାକୁ ବନ୍ଦ କରିବାର ଉପାୟ ସଂପର୍କରେ ଆଲୋଚନା କରିଥିଲେ । ପୁଟିନ ଟ୍ରମ୍ପଙ୍କୁ କହିଥିଲେ ଯେ ସେ ଟ୍ରମ୍ପଙ୍କ ସହିତ ସହମତ ଯେ ଯଦି ସେ ୨୦୨୨ ମସିହାରେ ଆମେରିକାର ରାଷ୍ଟ୍ରପତି ହୋଇଥାନ୍ତେ, ତେବେ ୟୁକ୍ରେନ୍ ଯୁଦ୍ଧ ଘଟିନଥାନ୍ତା। ପୁଟିନ କହିଛନ୍ତି, "ଆମେ ବହୁତ ଦିନ ଧରି ଏହି ସ୍ତରରେ ସିଧାସଳଖ କଥାବାର୍ତ୍ତା କରିନଥିଲୁ। ଆମକୁ ଶାନ୍ତ ଏବଂ ବିସ୍ତୃତ ଭାବରେ ଆମର ସ୍ଥିତି ସମୀକ୍ଷା କରିବାର ସୁଯୋଗ ମିଳିଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe