ଲଢ଼େଇ କରିବା ଲାଗି ମହିଳା କଏଦୀଙ୍କୁ ୟୁକ୍ରେନ୍‌ ପଠାଇବେ ପୁଟିନ୍‌: ଘନିଷ୍ଠ ବନ୍ଧୁ

Advertisment
ଲଢ଼େଇ କରିବା ଲାଗି ମହିଳା କଏଦୀଙ୍କୁ ୟୁକ୍ରେନ୍‌ ପଠାଇବେ ପୁଟିନ୍‌: ଘନିଷ୍ଠ ବନ୍ଧୁ

ନୂଆଦିଲ୍ଲୀ: ୟୁକେନ୍‌ରେ ଯୁଦ୍ଧ କରିବା ନିମନ୍ତେ ମହିଳା କଏଦୀମାନଙ୍କୁ ପଠାଇବା ପାଇଁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଯୋଜନା କରୁଥିବା କଥା ତାଙ୍କର ଜଣେ ଅନ୍ତଃରଙ୍ଗ ବନ୍ଧୁ ତଥା ପାରାମିଲିଟାରି ସ୍ବେଚ୍ଛାସେବୀ ସଂଗଠନ ‘ୱାଗ୍‌ନର୍‌ ଗ୍ରୁପ୍‌’ର ସଂସ୍ଥାପକ ୟେଭ୍‌ଗେନି ପ୍ରିଗୋଝିନ୍‌ କହିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ ଅନୁସାରେ, ପ୍ରିଗୋଝିନ୍‌ କହିଛନ୍ତି ଯେ, ୟୁକ୍ରେନ୍‌ରେ ଲକ୍ଷ୍ୟଭେଦୀ ଗୁଳିଚାଳିକା ଓ ବିଧ୍ବଂସିକା ଭାବେ କାର୍ଯ୍ୟ କରିବା ଲାଗି ସେ ମହିଳା କଏଦୀମାନଙ୍କୁ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି।

‘କ୍ୟାଟରିଙ୍ଗ୍‌’ କମ୍ପାନି ଚଳାଉଥିବାରୁ ପୁଟିନ୍‌ଙ୍କ ପାଚକ କୁହାଯାଉଥିବା ପ୍ରିଗୋଝିନ୍‌ ବୁଧବାର ଦିନ ନିଜ ବ୍ୟବସାୟ ପ୍ରତିଷ୍ଠାନର ପ୍ରେସ୍‌ ସେବା ରିଲିଜ୍‌ କରିଥିବା ବିବୃତିରେ ପୁଟିନ୍‌ଙ୍କ ଯୋଜନା ବିଷୟରେ ପ୍ରଘଟ କରିଛନ୍ତି।

publive-image Image Courtesy of New York Times

ରୁଷ୍‌ର ସ୍ଭେର୍ଦଲୋଭ୍‌ସ୍କ୍‌ ଅଞ୍ଚଳର ସାଂସଦ ତଥା ପୁଟିନ୍‌ଙ୍କ ଘନିଷ୍ଠ ମିତ୍ର ଭିୟାଚେସ୍‌ଲାଭ୍‌ ଭେଗ୍‌ନର୍‌ ଦେଇଥିବା ପ୍ରସ୍ତାବ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ପ୍ରିଗୋଝିନ୍‌ କହିଛନ୍ତି ଯେ, ଡାକ୍ତର, ନର୍ସ ଓ କମ୍ୟୁନିକେସନ୍‌ ଅପ‌ରେଟର୍‌ ଭାବେ ୟୁକ୍ରେନ୍‌ରେ ମୁତୟନ ହେବା ଲାଗି ପ୍ରସ୍ତୁତି କରାଯାଉଥିବା ସ୍ଥାନୀୟ ପେନାଲ୍‌ କଲୋନିରେ କାରାଦଣ୍ଡ ଭୋଗୁଥିବା ଦଳେ ମହିଳା କଏଦୀ ଭିୟାଚେସ୍‌ଲାଭ୍‌ ଭେଗ୍‌ନର୍‌ଙ୍କୁ ଭେଟିଥିଲେ।

ନିଜସ୍ବ ମତବ୍ୟକ୍ତ କରି ପ୍ରିଗୋଝିନ୍‌ ଜବାବ ଦେଲେ ଯେ, ଭେଗ୍‌ନର୍‌ଙ୍କ ପ୍ରସ୍ତାବରେ ସେ ସମ୍ପୂର୍ଣ୍ଣ ରାଜି। ଏହା ବିଶେଷ ଫଳପ୍ରଦ ହେବନାହିଁ।

publive-image Image Courtesy of India Today

ଏଥିସହ ପ୍ରିଗୋଝିନ୍‌ ପୁଣି କହିଛନ୍ତି, ମହିଳା କଏଦୀମାନେ ଖାଲି ନର୍ସ ଓ କମ୍ୟୁନିକେସନ୍‌ ଅପରେଟର୍‌ ଭାବେ କାର୍ଯ୍ୟ କରିବା ଉଚିତ ନୁହେଁ। ବିଧ୍ବସ୍ତକାରୀ ସଂଗଠନ ଓ ଲକ୍ଷ୍ୟଭେଦୀ ଗୁଳିଚାଳିକା ଯୋଡ଼ିରେ ମଧ୍ୟ କାର୍ଯ୍ୟ କରିବା ଉଚିତ। ଏହା ସବୁଆଡ଼େ ଚାଲିଥିବା କଥା ସମସ୍ତେ ଜାଣନ୍ତି। ଆମେ ସେ କ୍ଷେତ୍ରରେ କାର୍ଯ୍ୟ କରୁଛୁ। ଏଥିରେ ପ୍ରତିବନ୍ଧକ ଅଛି, କିନ୍ତୁ ମୋର ମନେହୁଏ ଆମେ ସଫଳ ହେବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe