ପୁଟିନ ପରମାଣୁ ଅସ୍ତ୍ର ବ୍ୟବହାର କରିପାରନ୍ତି: ସିଆଇଏ ମୁଖ୍ୟ

Advertisment
ପୁଟିନ ପରମାଣୁ ଅସ୍ତ୍ର ବ୍ୟବହାର କରିପାରନ୍ତି: ସିଆଇଏ ମୁଖ୍ୟ

Republic World

ୱାସିଂଟନ୍‌: ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ବାରମ୍ବାର ବିଫଳତା ସାମ୍ନା କରିବାକୁ ପଡ଼ୁଥିବାରୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶେଷରେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରନ୍ତି। ସିଆଇଏ ମୁଖ୍ୟ ୱି‌ଲିୟମ୍‌ ବର୍ନ‌୍‌ସ ଏଭଳି ଅନୁମାନ କରିଛନ୍ତି। ପୁଟିନ ଏବଂ ରୁଷ୍‌ର ଅନ୍ୟ ନେତୃବୃନ୍ଦ ନିଜ ଲକ୍ଷ୍ୟ ହାସଲ କରିନପାରି ହତାଶ ହୋଇଯାଇଛନ୍ତି। ତେଣୁ ସେମାନେ ପରମାଣୁ ଅସ୍ତ୍ର ବ୍ୟବହାରକୁ ଏକ ବିକଳ୍ପ ଭାବେ ବ୍ୟବହାର କରିପାରନ୍ତି। ତେବେ ବର୍ନ‌୍‌ସ କହିଛନ୍ତି, ପରମାଣୁ ଅସ୍ତ୍ର ମୁତୟନ ସଂକ୍ରାନ୍ତରେ ଆମେରିକା ପାଖରେ ସେଭଳି କୌଣସି ବଳିଷ୍ଠ ପ୍ରମାଣ ନାହିଁ। ବର୍ନ୍‌ସ କହିଛନ୍ତି, ୟୁକ୍ରେନ୍‌ ପରିସ୍ଥିତି ନେଇ ଆମେ ଖୁବ୍‌ ଚିନ୍ତିତ। ରାଷ୍ଟ୍ରପତି ଜୋ ବାଇଡେନ୍‌ ତୃତୀୟ ବିଶ୍ବଯୁଦ୍ଧ ଏଡ଼ାଇବା ପାଇଁ ସବୁ ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି। ରୁଷ୍‌ ନିକଟରେ ବିପୁଳ ପରମାଣୁ ଅସ୍ତ୍ର ମହଜୁଦ ଥିବା ବେଳେ ରୁଷ୍‌ କହିଛି ଯେ ସୁରକ୍ଷା ନେଇ ବଡ଼ ବିପଦ ଆସିଲେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପଛାଇବୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe