ରୁଷୀୟ ଜନସଂଖ୍ୟା ବୃଦ୍ଧି ପାଇଁ ଜଣକା ୧୦ଟି ସନ୍ତାନ ଜନ୍ମ କରିବା ଲାଗି ମହିଳାମାନଙ୍କୁ ଟଙ୍କା ଦେବେ ପୁଟିନ୍‌

Advertisment
ରୁଷୀୟ ଜନସଂଖ୍ୟା ବୃଦ୍ଧି ପାଇଁ ଜଣକା ୧୦ଟି ସନ୍ତାନ ଜନ୍ମ କରିବା ଲାଗି ମହିଳାମାନଙ୍କୁ ଟଙ୍କା ଦେବେ ପୁଟିନ୍‌

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଏବଂ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ଜନକ୍ଷୟ ସୁଧାରିବା ଲାଗି ଜଣକା ୧୦ଟି ଲେଖାଏଁ ସନ୍ତାନ ଜନ୍ମ କରିବା ପାଇଁ ମହିଳାମାନଙ୍କୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଅର୍ଥ ପ୍ରଦାନ କରୁଛନ୍ତି ବୋଲି ରୁଷୀୟ ରାଜନୀତି ଏବଂ ନିରାପତ୍ତା ବିଶେଷଜ୍ଞ ଡକ୍ଟର୍‌ ଜେନି ମାଥର୍ସ କହିଛନ୍ତି।

‘ଟାଇମ୍‌ସ୍‌ ରେଡିଓ’ର ହେନ୍‌ରି ବ‌ନ୍‌ସୁଙ୍କ ସହିତ ସାକ୍ଷାତ୍‌କାର ବେଳେ ମାଥର୍ସ କହିଛନ୍ତି, ଉପରୋକ୍ତ ରୁଷୀୟ ଯୋଜନାର ନାମ ରଖାଯାଇଛି ‘ମଦର୍‌ ହିରୋଇନ୍‌’। ରାଷ୍ଟ୍ରପତି ପୁଟିନ୍‌ କହିଛନ୍ତି କି, ଯେଉଁ ଲୋକମାନଙ୍କର ପରିବାର ବଡ଼, ସେମାନେ ଖୁବ୍‌ ଦେଶପ୍ରେମୀ ଏବଂ ସେମାନେ ‘ମଦର୍‌ ରୁଷିଆ’ ପ୍ରତି ଅଧିକ ନିବିଡ଼ ହେବେ।

publive-image Image Courtesy of Time

‘ମଦର୍‌ ହିରୋଇନ୍‌’ ଯୋଜନାରେ ୧୦ଜଣ ପିଲାଙ୍କୁ ଜନ୍ମ ଦେଇ ଲାଳନପାଳନ କରିବା ଲାଗି ଜଣେ ମହିଳାଙ୍କୁ ଏକକାଳୀନ ୧ ନିୟୁତ ‘ରୁବେଲ୍‌’ (ରୁଷୀୟ ମୁଦ୍ରା) ୧୩,୫୦୦ ପାଉଣ୍ଡ୍‌ ପ୍ରଦାନ କରାଯାଉଛି। କିନ୍ତୁ, ସର୍ତ୍ତ ହେଉଛି ୧୦ମ ସନ୍ତାନଟିକୁ ବର୍ଷେ ପୂରିଲେ ଏବଂ ଆଗରୁ ଜନ୍ମିଥିବା ୯ଜଣ ସନ୍ତାନ ବଞ୍ଚଛନ୍ତି ବୋଲି ଦର୍ଶାଇବା ପରେ ଯାଇ ଘୋଷିତ ଅର୍ଥ ପ୍ରଦାନ କରାଯିବ। କିନ୍ତୁ, ଏହା ହତାଶିଆ ଯୋଜନା ଭଳି ମନେହେଉଛି ବୋଲି ମାଥର୍ସ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ୧୯୯୦ ମସିହାରୁ ରୁଷ୍‌ରେ ଜନସଂଖ୍ୟା ସଙ୍କଟ ଦେଖା ଦେଇଛି। ଏଥସହ ୟୁକ୍ରେନ୍‌ ଆକ୍ରମଣ ଏବଂ କୋଭିଡ୍‌-୧୯ ମହାମାରୀ ବାସ୍ତବରେ ରୁଷ୍‌ର ଜନସଂଖ୍ୟା ସଙ୍କଟକୁ ଜଟିଳ କରିପକାଇଛି। ତେଣୁ, ଅଧିକ ସନ୍ତାନସନ୍ତତି ଜନ୍ମ କରି ବଡ଼ ପରିବାର ଗଠନ କରିବା ଲାଗି ଏହି ଯୋଜନାରେ ରୁଷୀୟ ମହିଳାଙ୍କୁ ଉତ୍ସାହିତ କରାଯିବାର ଉଦ୍ୟମ ମାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe