ମସ୍କୋ: ଭାରତ ପୁଣି ଥରେ ବିଶ୍ୱସ୍ତରରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପଦକ୍ଷେପକୁ ବିଶେଷ କରି ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଭାରତରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ (ଏସଏମଇ) ପାଇଁ ସ୍ଥାୟୀ ସ୍ଥିତି ସୃଷ୍ଟି ପାଇଁ ଉଦ୍ୟମ ନେଇ ସେ ଭାରତ ସରକାର ଏବଂ ଦେଶର ନେତୃତ୍ୱଙ୍କୁ ପ୍ରଶଂସା କରିଛନ୍ତି।
ବୁଧବାର (୪ ଡିସେମ୍ବର ୨୦୨୪) ମସ୍କୋରେ ଭିଟିବି ନିବେଶ ଫୋରମ୍କୁ ସମ୍ବୋଧିତ କରି ଭ୍ଲାଡିମିର୍ ପୁଟିନ୍ ରୁଷିଆର ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଏବଂ ଭାରତର "ମେକ୍ ଇନ୍ ଇଣ୍ଡିଆ" ପଦକ୍ଷେପ ମଧ୍ୟରେ ସମାନତା ଆଣିଛନ୍ତି।
ପୁଟିନ ଏହା ମଧ୍ୟ କହିଛନ୍ତି ଯେ, ଭାରତର ନେତୃତ୍ୱ ଏହାର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ନୀତି ଉପରେ ଧ୍ୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କର ମଧ୍ୟ ମେକ୍ ଇନ୍ ଇଣ୍ଡିଆ ନାମକ ଏକ କାର୍ଯ୍ୟକ୍ରମ ରହିଛି।
ଆମେ ମଧ୍ୟ ଭାରତରେ ଆମର ଉତ୍ପାଦନ ଅପରେସନ ସୃଷ୍ଟି କରିବାକୁ ପ୍ରସ୍ତୁତ। ଭାରତର ପ୍ରଧାନମନ୍ତ୍ରୀ ସ୍ଥିର ପରିସ୍ଥିତି ସୃଷ୍ଟି କରୁଛନ୍ତି। ଭାରତୀୟ ନେତୃତ୍ୱ ଭାରତକୁ ପ୍ରାଥମିକତା ଦେବା ନୀତି ଉପରେ କାର୍ଯ୍ୟ କରୁଛନ୍ତି। ତେଣୁ ଆମେ ବିଶ୍ୱାସ କରୁଛୁ ଯେ, ଭାରତରେ ବିନିଯୋଗ ଲାଭଦାୟକ ହେବ।
କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ବ୍ରିକ୍ସ ପରିବର୍ତ୍ତନ ପରିପ୍ରେକ୍ଷୀରେ ରୁଷିଆର ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ଏବଂ ବ୍ରିକ୍ସ ପ୍ଲସ୍ ଦେଶରେ ଏସଏମଇ ଗୁଡ଼ିକର ପରିଚାଳନା ପାଇଁ ତ୍ୱରିତ ବିବାଦର ସମାଧାନ ପ୍ଲାଟଫର୍ମର ଆବଶ୍ୟକତା ଉପରେ ପୁଟିନ ଗୁରୁତ୍ୱାରୋପ କରିଛନ୍ତି।
ବଜାରରେ ଥିବା ପାଶ୍ଚାତ୍ୟ ବ୍ରାଣ୍ଡଗୁଡିକୁ ବଦଳାଉଥିବା ନୂତନ ରୁଷିଆ ବ୍ରାଣ୍ଡର ଉତ୍ପତ୍ତି ବିଷୟରେ ସେ ଉଲ୍ଲେଖ କରିଛନ୍ତି ଏବଂ ଉପଭୋକ୍ତା ସାମଗ୍ରୀ, ଆଇଟି, ଉଚ୍ଚ-ବୈଷୟିକ ତଥା କୃଷି ଭଳି କ୍ଷେତ୍ରରେ ସ୍ଥାନୀୟ ରୁଷିଆ ଉତ୍ପାଦକଙ୍କ ସଫଳତାକୁ ସୂଚିତ କରିଛନ୍ତି।
ଅଧିକ ପଢ଼ନ୍ତୂ: ଭାରତ ବିରୋଧୀ ଷଡ଼ଯନ୍ତ୍ର: ମାସୁଦ ଅଜହର ତାଲିବାନ ସହିତ ହାତ ମିଳାଇବା ଯୋଜନା!
କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ବ୍ରିକ୍ସ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ପୁଟିନ ଆହ୍ବାନ ଦେଇଛନ୍ତି। ଆସନ୍ତା ବର୍ଷ ବ୍ରାଜିଲରେ ହେବାକୁ ଥିବା ଶିଖର ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ସହଯୋଗର ପ୍ରମୁଖ କ୍ଷେତ୍ର ଆକଳନ କରିବାକୁ କହିଛନ୍ତି।
ସେ କହିଛନ୍ତି, ମୁଁ ବ୍ରିକ୍ସ କର୍ପୋରେସନ୍ ସହକର୍ମୀଙ୍କୁ ସହଯୋଗର ମୁଖ୍ୟ କ୍ଷେତ୍ରଗୁଡିକର ସ୍ଥିତି ବିଶ୍ଳେଷଣ କରିବାକୁ କହିବି ଏବଂ ଏନେଇ ଆସନ୍ତା ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବ୍ରାଜିଲ୍ ସହକର୍ମୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି।
ଅଧିକ ପଢ଼ନ୍ତୂ: ଭାରତରେ ବାଂଲାଦେଶ ବିରୋଧୀ ରାଜନୀତି ଯୋଗୁ କ୍ଷତି ହେବ: ସୂଚନା ପରାମର୍ଶଦାତା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/12/05/yyRgKnUxI4aKwu5jEYeB.jpeg)