ମସ୍କୋ: ୟୁକ୍ରେନ୍ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାର ଉଦ୍ଦେଶ୍ୟ ନ ଥିବା କଥା ଗୁରୁବାର ସନ୍ଧ୍ୟା ବେଳେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି। କିନ୍ତୁ, ସେଠାରେ ଚାଲିଥିବା ଯୁଦ୍ଧ ହେଉଛି ବିଶ୍ବ ଉପରେ ପାଶ୍ଚାତ୍ୟର ଆଧିପତ୍ୟ ଜାହିର ବିରୋଧରେ। ମାତ୍ର ବୈଶ୍ବିକ ବ୍ୟାପାର ଉପରେ ପାଶ୍ଚାତ୍ୟର ପ୍ରାଧାନ୍ୟ ଶେଷ ହୋଇ ଆସୁଛି ବୋଲି ସେ କହିଛନ୍ତି।
‘ଭାଲ୍ଡାଇ ଡିସ୍କସନ୍ କ୍ଲବ୍’ରେ ଆନ୍ତର୍ଜାତିକ ନୀତି ବିଶେଷଜ୍ଞମାନଙ୍କର ସମ୍ମିଳନୀରେ ଉଦ୍ବୋଧନ ଦେବା ବେଳେ ଗତ ସନ୍ଧ୍ୟାରେ ପୁଟିନ୍ କହିଛନ୍ତି, ୟୁକ୍ରେନ୍ ଉପରେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବା ରୁଷ୍ ପାଇଁ ଅର୍ଥହୀନ। ସେଭଳି ଆବଶ୍ୟକତା ଥିବା ଆମେ ଜାଣିପାରୁନୁ। ରାଜନୈତିକ କି, ସାମରିକ କ୍ଷେତ୍ରରେ ତା’ର କିଛି ଯଥାର୍ଥତା ନାହିଁ।
Image Courtesy of NDTVସତର୍କ କରାଇ ସେ କହିଛନ୍ତି, ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବ ସମ୍ଭବତଃ ସବୁଠୁ ବିପଜ୍ଜନକ ଦଶନ୍ଧିରେ ପ୍ରବେଶ କରୁଛି। ପାଶ୍ଚାତ୍ୟକୁ ଆହ୍ବାନ ଦେବାକୁ ନୁହେଁ, ତା’ର ସ୍ଥିତି ଜାହରି ଅଧିକାର ଲାଗି ରୁଷ୍ ଏହି ଯୁଦ୍ଧ କରୁଛି।
ଦୀର୍ଘ ଭାଷଣରେ ରୁଷୀୟ ନେତା ପୁଣି କହିଛନ୍ତି, ରୁଷ୍ ପାଶ୍ଚାତ୍ୟ ଦେଶର ଶତ୍ରୁ ନୁହେଁ, ରୁଷ୍କୁ ହୀନ କରିବାକୁ ଉଦ୍ୟମ କରୁଥିବା ପାଶ୍ଚାତ୍ୟ ସମ୍ଭ୍ରାନ୍ତବର୍ଗଙ୍କ ମୁକ୍ତ ବାଣିଜ୍ୟ ରାଜିନାମାକୁ (ଯାହା ଜନପ୍ରିୟ ନୁହେଁ) ସେ ବିରୋଧ କରିବେ।
Image Courtesy of India Todayଦୀର୍ଘ ଦିନରୁ କହି ଆସୁଥିବା କଥାକୁ ପୁନର୍ବାର ଉତ୍ଥାପନ କରି ସେ କହିଛନ୍ତି, ରୁଷୀୟ ଓ ୟକ୍ରେନୀୟମାନେ ଗୋଟାଏ ଜନସମୁଦାୟର ଅଂଶବିଶେଷ। ଏବଂ ୟୁକ୍ରେନ୍ ହେଉଛି ସୋଭିଏତ୍ ସମୟରେ କମ୍ୟୁନିଷ୍ଟ୍ ଶାସକମାନଙ୍କଠାରୁ ଐତିହାସିକ ରୁଷୀୟ ଜାଗା ଅଧିଗ୍ରହଣ କରିଥିବା ଏକ ‘କୃତ୍ରିମ ରାଷ୍ଟ୍ର’।
Follow Us