ନିଜ ପରିବାରକୁ ସାଇବେରିଆର ଭୂତଳ ନଗରୀକୁ ପଠାଇ ଆଣବିକ ଅସ୍ତ୍ର ସ୍ଥାନାନ୍ତରଣ ଅଭ୍ୟାସ ପାଇଁ ପୁଟିନ୍‌ଙ୍କ ପ୍ରସ୍ତୁତି

Advertisment
ଯେକୌଣସି ସମୟରେ ଲାଗିପାରେ ଇସ୍ରାଏଲ-ଇରାନ ଯୁଦ୍ଧ

Image Courtesy of The Times of Israel

ନୂଆଦିଲ୍ଲୀ: ୟୁକ୍ରେନ୍‌ ସହ ଉତ୍ତେଜନା ବୃଦ୍ଧି ବାତାବରଣରେ ଆଣବିକ ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତରଣ ଅଭ୍ୟାସ ନିମନ୍ତେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଆଦେଶ ଦେଇଥିବା କଥା ଇଂଲଣ୍ଡ୍‌ର କେତେକ ଗଣମାଧ୍ୟମ ‘ଟେଲିଗ୍ରାମ୍‌ ଚାନେଲ୍‌’ଗୁଡ଼ିକରୁ ତଥ୍ୟ ସଂଗ୍ରହ କରି ରିପୋର୍ଟ କରିଛନ୍ତି।

ଉଭୟ ଯୁଦ୍ଧ ଓ ଶାନ୍ତି ଆଲୋଚନା ସମାନ ଭାବେ ଚାଲିଥିବା ବେଳେ ୟୁକ୍ରେନ୍‌ ଉପରେ ଅତ୍ୟାଧୁନିକ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା କଥା ରୁଷ୍‌ ଦାବି କରିଛି। ପୁଟିନ୍‌ କ୍ରମଶଃ ଆଣବିକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବାର ଆଭାସ ପାଇ କ୍ରେମ୍‌ଲିନ୍‌ ସରକାରୀ ଅଧିକାରୀମାନେ ବିସ୍ମିତ ତଥା ବିବ୍ରତ ହୋଇପଡ଼ିଥିବା କଥା ‘ଡେଲି ମେଲ୍‌’ ଏବଂ ‘ମିରର୍‌ ୟୁକେ’ ରିପୋର୍ଟ କରିଛନ୍ତି।

publive-image Image Courtesy of Chatham House

ଅସମର୍ଥିତସୂତ୍ର ଅନୁସାରେ, ଆଣବିକ ଯୁଦ୍ଧ ଲାଗି ପ୍ରସ୍ତୁତି ନିମନ୍ତେ ଆଣବିକ ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତରଣ ଅଭ୍ୟାସରେ ଅଂଶଗ୍ରହଣ କରିବା ଲାଗି ସ୍ବୟଂ ପୁଟିନ୍‌ ସେମାନଙ୍କୁ ସତର୍କ କରାଇଥିବା କଥା କ୍ରେମ୍‌ଲିନ୍‌ର ବରିଷ୍ଠ ରାଜନୀତିଜ୍ଞମାନେ କହିଛନ୍ତି। ସମ୍ପ୍ରତି ନିରାପତ୍ତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପୂର୍ବତନ ରାଷ୍ଟ୍ରପତି ଡିମିତ୍ରି ମେଦଭେଦେଭ୍‌ ଏବଂ ଦୁଇ ଗୃହର ବାଚସ୍ପତି ଭିଆଚେସ୍‌ଲାଭ୍‌ ଭୋଲୋଦିନ୍‌ ଏବଂ ଭାଲେନ୍ତିନା ମାତ୍‌ଭିୟେଙ୍କୋଙ୍କୁ ଆ‌ଣବିକ ଯୁଦ୍ଧ ବିଷୟରେ କୁହାଯାଇଥିବା କଥା ରିପୋର୍ଟରୁ ଜଣାପଡ଼ିଛି।

ପୁଟିନ୍‌ଙ୍କ ପରିବାର ବିଷୟରେ ବିଶେଷ କିଛି ଜଣା ନ ଥିଲେ ବି ରିପୋର୍ଟ ଅନୁସାରେ, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ବେଳୁ ପୁଟିନ୍‌ ତାଙ୍କ ପରିବାର ଲୋକମାନଙ୍କୁ ଗୋଟାଏ ହାଇଟେକ୍‌ ଭୂତଳ ବଙ୍କର୍‌କୁ ପଠାଇ ଦେଇଛନ୍ତି। ସାଇବେରିଆ ସାଇବେରିଆର ଟେକ୍‌ ଆଲଟାଇ ପର୍ବତମାଳା ମଧ୍ୟରେ ଥିବା ଏହି ବଙ୍କର୍‌ ହେଉଛି ଗୋଟାଏ ପୂର୍ଣ୍ଣାଙ୍ଗ ନଗରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe