ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି, ଟ୍ରମ୍ପଙ୍କ ଶୁଳ୍କ ଚାପ ମଧ୍ୟରେ ରଣନୀତି ତିଆରି କରିବେ ମୋଦୀ-ପୁଟିନ୍ !

Advertisment

ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ ମିଶି ରଣନୀତି ତିଆରି କରିବେ ବୋଲି ଜଣାପଡ଼ିଛି।

ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ ମିଶି ରଣନୀତି ତିଆରି କରିବେ ବୋଲି ଜଣାପଡ଼ିଛି।

New Project (19)

ନୂଆଦିଲ୍ଲୀ: ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ ମିଶି ରଣନୀତି ତିଆରି କରିବେ ବୋଲି କୁହାଯାଉଛି। ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍‌ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ ଭାରତ ଚିନ୍ତାରେ ପଢ଼ିଥିବା ବେଳେ ଖୁବଶୀଘ୍ର ଭ୍ଲାଦିମିର ପୁଟିନ୍ ଭାରତ ଆସିବେ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍।

"ଆମ ଭିତରେ ଏକ ବିଶେଷ, ଦୀର୍ଘ ଦିନର ସମ୍ପର୍କ ରହିଛି ଏବଂ ଆମେ ଏହି ସମ୍ପର୍କର ଗୁରୁତ୍ବ ବୁଝିଛୁ। ଆମର ଉଚ୍ଚସ୍ତରୀୟ ସମ୍ପର୍କ ରହିଛି ଏବଂ ଏହି ଉଚ୍ଚସ୍ତରୀୟ ସମ୍ପର୍କ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ବିଷୟରେ ଜାଣିବାକୁ ପାଇ ଆମେ ବହୁତ ଉତ୍ସାହିତ ଏବଂ ଆନନ୍ଦିତ। ମୁଁ ଭାବୁଛି ଆସିବାର ତାରିଖଗୁଡ଼ିକ ଏବେ ପ୍ରାୟ ଚୂଡ଼ାନ୍ତ ହୋଇସାରିଛି" ବୋଲି କହିଛନ୍ତି ଅଜିତ୍ ଡୋଭାଲ।

ତାଙ୍କର ଏହି ଘୋଷଣା ଏଭଳି ଏକ ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ଭାରତ ବିରୋଧୀ କାମ କରିବା ଆରମ୍ଭ କରିଛନ୍ତି। ଚୀନ୍ ରୁଷରୁ ବିଭିନ୍ନ ସାମଗ୍ରୀ ଆମଦାନୀ କରୁଛି, ଯେଉଁଥିରେ ଭାରତ ଅପେକ୍ଷା ଅଧିକ ରୁଷୀୟ ତେଲ ଅନ୍ତର୍ଭୁକ୍ତ। ଏହା ସତ୍ତ୍ବେ ବି ଭାରତକୁ ୩ସପ୍ତାହ ସମୟ ଦେଇ ଚୀନକୁ ୯୦ଦିନର ସମୟ ଦେଇଛି ଆମେରିକା। ୟୁରାନିୟମ୍, ପାଲାଡିୟମ୍ ଭଳି ବିଭିନ୍ନ ଜିନିଷ ଅଛି ଯାହା ଆମେରିକା, ରୁଷରୁ ଆମଦାନୀ କରୁଛି। ଏହା ସତ୍ତ୍ବେ ବି ଆମେରିକା ଭାରତ ଉପରେ ଦାଉ ସାଧୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe