ମାକ୍ରୋନ୍‌ଙ୍କ ସଙ୍ଗେ କଥା ହୋଇ ପୁଟିନ୍‌ କହିଲେ, ୟୁକ୍ରେନ୍‌କୁ ଅସ୍ତ୍ର ପଠାଇବା ବନ୍ଦ କରିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ କୁହ

Advertisment
ମାକ୍ରୋନ୍‌ଙ୍କ ସଙ୍ଗେ କଥା ହୋଇ ପୁଟିନ୍‌ କହିଲେ, ୟୁକ୍ରେନ୍‌କୁ ଅସ୍ତ୍ର ପଠାଇବା ବନ୍ଦ କରିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ କୁହ

Image Courtesy of Zee News

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଫରାସୀ ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କ ସହିତ ୟୁକ୍ରେନ୍‌ ପରିସ୍ଥିତି ବିଷୟରେ ଆଲୋଚନା କରି ତାଙ୍କୁ କହିଲେ ଯେ, ପାଶ୍ଚତ୍ୟ ରାଷ୍ଟ୍ର କିବ୍‌କୁ ଅସ୍ତ୍ର ପଠାଇବା ବନ୍ଦ କରିବା ଉଚିତ।

ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା କରିବା ବେଳେ, ପୁଟିନ୍‌ ଦର୍ଶାଇ‌ଲେ ଯେ, ୟୁକ୍ରେନୀୟ ସୈନିକମାନେ ଘଟାଉଥିବା ଅପରାଧକୁ ‘ୟୁରୋପୀୟ ସଂଘ’ର ସଦସ୍ୟ ରାଷ୍ଟ୍ରମାନେ ଉପେକ୍ଷା କରୁଛନ୍ତି। ୟୁକ୍ରେନ୍‌ ଡୋନ୍‌ବାସ୍‌ ଅଞ୍ଚଳର ନଗରୀ ଓ ଜନସମ୍ପ୍ରଦାୟଙ୍କ ଭୀଷଣ ବୋମା ବର୍ଷଣ କରୁଥିବାରୁ ସାଧାରଣ ନାଗରିକ ନିହତ ହେଉଛନ୍ତି।

କିବ୍‌ ସରକାରଙ୍କୁ ପ୍ରବର୍ତ୍ତାଇ ପାଶ୍ଚାତ୍ୟ ରାଷ୍ଟ୍ର ଏଭଳି କ୍ରୂରତା ବନ୍ଦ କରିବାରେ ସହାୟକ ହେବା ସହ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିପାରିବ ବୋଲି ପୁଟିନ୍‌ କହିଛନ୍ତି।

publive-image Image Courtesy of Mint

ପୁଟିନ୍‌ ମାକ୍ରୋନ୍‌ଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ, କିବ୍‌ର ସ୍ଥିତିରେ ଅସ୍ଥିରତା ଏବଂ ତା’ର ଅନିଚ୍ଛା ସତ୍ତ୍ବେ ଆଲୋଚନା ପାଇଁ ରୁଷ୍‌ ଉନ୍ମୁକ୍ତ ଅଛି।

ଏଥି ନିମନ୍ତେ କେତେକ ପର୍ଯ୍ୟାୟରେ ଯୋଗାସୂତ୍ର ରକ୍ଷା କରିବା ଲାଗି ପୁଟିନ୍‌ ଓ ମାକ୍ରୋନ୍‌ ରାଜି ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ରୁଷୀୟ ସେନା ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ କରିଥିବା ରିପୋର୍ଟକୁ ରୁଷ୍‌ ଅଗ୍ରାହ୍ୟ କରି କହିଛି ଯେ, ଜାତୀୟତାବାଦୀ ଓ ‘ନିଓ-ନାଜି’ମାନେ ହିଁ ୟୁକ୍ରେନ୍‌ରେ ସାଧାରଣ ନାଗରିକମାନଙ୍କ ମୃତ୍ୟୁ ନିମନ୍ତେ ଦାୟୀ। କିନ୍ତୁ, ରୁଷ୍‌ର ଏଭଳି ଦାବିକୁ କିବ୍‌ ଓ ପାଶ୍ଚାତ୍ୟ ରାଷ୍ଟ୍ର ଅଗ୍ରାହ୍ୟ କରୁଛନ୍ତି।

ସେପଟେ, ରୁଷୀୟ ସେନା ମଙ୍ଗଳବାର ଦିନ ପୂର୍ବାଞ୍ଚଳ ୟୁକ୍ରେନ୍‌ରେ ଆକ୍ରମଣ ତୀବ୍ରତର କରି ବନ୍ଦର ନଗରୀ ମାରିୟୁପୋଲ୍‌ରେ ଥିବା ଇସ୍ପାତ କାରଖାନା ଉପରକୁ ରକେଟ୍‌ ଛାଡ଼ିଛି। ରୁଷୀୟ ଆକ୍ରମଣ ଯୋଗୁଁ ପୂର୍ବାଞ୍ଚଳ ୟୁକ୍ରେନ୍‌ ଅନ୍ତର୍ଗତ ଡୋନେତସ୍କ ଅଞ୍ଚଳରେ ୨୧ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ଓ ୨୭ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe