୪ର୍ଥ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

Advertisment
୪ର୍ଥ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ନୂଆଦିଲ୍ଲୀ : ଚତୁର୍ଥ ଥର ପାଇଁ ରୁଷ୍‌ ରାଷ୍ଟ୍ରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଭ୍ଲାଦିମିର ପୁଟିନ୍‌। ମସ୍କୋର ଅର୍ନେଟ୍‌ କ୍ରେମଲିନ୍‌ ହଲ୍‌ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଗାମୀ ୬ ବର୍ଷର ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଦେଶର ଅର୍ଥନୀତିରେ ବିକାଶ ଆଣିବା ପ୍ରଧାନ ଲକ୍ଷ୍ୟ ବୋଲି ଆଜି ଶପଥ ଗ୍ରହଣ ଉତ୍ସବରେ ପୁଟିନ କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ନିର୍ବାଚନରେ ପୁଟିନ୍‌ ରୁଷ୍‌ର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିଲେ। ପୁଟିନ୍‌ ୨୦୦୮ ମସିହାରେ ରାଷ୍ଟ୍ରପତି ପଦରୁ ଓହରି ଯାଇଥିଲେ ମଧ୍ୟ ୨୦୧୨ ମସିହାରେ ପୁଣିଥରେ ରାଷ୍ଟ୍ରପତି ହୋଇଥିଲେ। ଆଜି ଉତ୍ସବରେ ୩ ହଜାର ଅତିଥି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe