ଭାରତ ଗସ୍ତରେ ଆସିବେ ପୁଟିନ୍‌ ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଗସ୍ତ

Advertisment

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ ପ୍ରେସ୍ ସଚିବ ତଥା କ୍ରେମ୍‌ଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ମଙ୍ଗଳବାର ଘୋଷଣା କରିଛନ୍ତି।

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ ପ୍ରେସ୍ ସଚିବ ତଥା କ୍ରେମ୍‌ଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ମଙ୍ଗଳବାର ଘୋଷଣା କରିଛନ୍ତି।

Should the ICC arrest Putin in Mongolia

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ ପ୍ରେସ୍ ସଚିବ ତଥା କ୍ରେମ୍‌ଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ମଙ୍ଗଳବାର ଘୋଷଣା କରିଛନ୍ତି। ତେବେ ପୁଟିନଙ୍କ ଗସ୍ତ ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। ଆମେ ତାରିଖ ଚୂଡ଼ାନ୍ତ କରିବା ଦିଗରେ କାମ କରୁଛୁ ବୋଲି ପେସ୍କୋଭ କହିଛନ୍ତି। ୨୦୨୨ରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନ୍‌ଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଶେଷ ଥର ପାଇଁ ୨୦୨୧ ଡିସେମ୍ବର ୬ରେ ରୁଷ୍ ରାଷ୍ଟ୍ରପତି ପୁଟିନ୍‌ ଭାରତ ଗସ୍ତରେ ଆସିଥିଲେ।

ନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୨୧ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସେ ନୂଆଦିଲ୍ଲୀ ଆସିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଥର ରୁଷ୍‌ ଗସ୍ତରେ ଯାଇ ପୁଟିନ୍‌ଙ୍କୁ ଭେଟି ଭାରତ ଓ ରୁଷ୍‌ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ। ଗତ ଅକ୍ଟୋବର ମାସରେ କାଜାନରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନ୍‌ଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଥିଲେ। ଏହା ପୂର୍ବରୁ ରୁଷ୍‌ରେ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ୍ ଅବସରରେ ମୋଦୀ-ପୁଟିନ୍‌ କୂଟନୈତିକ ଆଲୋଚନାରେ ସାମିଲ ହୋଇଥିଲେ। ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରଠାରୁ ପଶ୍ଚିମ ରାଷ୍ଟ୍ରମାନଙ୍କ ପ୍ରବଳ ଚାପ ସତ୍ତ୍ବେ ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ସୁଦୃଢ଼ ସମ୍ପର୍କ ବଜାୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe