Image Courtesy of The Times of Israel
ମସ୍କୋ : ୟୁକ୍ରେନ୍କୁ ପଶ୍ଚିମ ରାଷ୍ଟ୍ରମାନେ ଅସ୍ତ୍ର ଯୋଗାଣ ବୃଦ୍ଧି କରୁଥିବାରୁ ଏନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଜି ଚେତାଇ ଦେଇଛନ୍ତି। ପୁଟିନ୍ ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲ୍ଜଙ୍କୁ ଚେତାବନୀ ଦେଇ କହିଛନ୍ତି, ୟୁକ୍ରେନ୍କୁ ଲଗାତାର ଅସ୍ତ୍ର ଯୋଗାଣର ପରିଣତି ବହୁତ ଭୟଙ୍କର ହେବ। ଏହା ପରିସ୍ଥିତିକୁ ଆହୁରି ଅଧିକ ଜଟିଳ କରିଦେବ ଏବଂ ଅଧିକ ମାନବୀୟ ସଙ୍କଟ ସୃଷ୍ଟି ହେବ ବୋଲି ପୁଟିନ କହିଛନ୍ତି। ଅନ୍ୟପକ୍ଷେ ଜର୍ମାନୀ ଏବଂ ଫ୍ରାନ୍ସର ନେତାମାନେ ପୁଟିନ୍ଙ୍କୁ ଫୋନ୍ କରି ଯୁଦ୍ଧବିରତି ପାଇଁ ଅନୁରୋଧ କରିଛନ୍ତି। ଜର୍ମାନୀ ଚାନ୍ସଲର ଏବଂ ଫ୍ରାନ୍ସ ରାଷ୍ଟ୍ରପତି ପୁଟିନଙ୍କ ସହ ୮୦ ମିନିଟ୍ କଥା ହୋଇଛନ୍ତି। ଅନ୍ୟପକ୍ଷେ ରୁଷ୍ ନିଜର ସାମରିକ ଶକ୍ତିକୁ ଆହୁରି ଅଧିକ ସୁଦୃଢ଼ କରିବାରେ ଲାଗିଛି। ରୁଷ୍ ଆଜି ଏହାର ଜିରକନ୍ ହାଇପରସୋନିକ୍ କ୍ରୁଜ୍ ମିସାଇଲ୍ ପରୀକ୍ଷଣ କରିଛି। ଏହା ୧୦୦୦ କିମି ଦୂରତାରୁ ଶତ ପ୍ରତିଶତ ସଠିକ୍ ଲକ୍ଷ୍ୟଭେଦ କରିଛି। ରୁଷ୍ର ଉତ୍ତରପଶ୍ଚିମ ଉପକୂଳରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ହୋଇଛି। ବାରେଣ୍ଟ୍ସ ସାଗରର ଜଳରାଶିରୁ ଏହି କ୍ଷେପଣାସ୍ତ୍ର ହ୍ବାଇଟ୍ ସି’କୁ ଟାର୍ଗେଟ୍ କରି ନିକ୍ଷେପ କରାଯାଇଥିଲା।
Follow Us