ପଡ଼ୋଶୀ ରାଷ୍ଟ୍ରଙ୍କୁ ପୁଟିନଙ୍କ ଚେତାବନୀ

Advertisment
ୟୁ‌କ୍ରେନ୍‌ ସେନାର ଗୁଇନ୍ଦା ରିପୋର୍ଟ‌: ମେ’ ୯ ପର୍ଯ୍ୟନ୍ତ ଯୁଦ୍ଧ ବଢ଼ାଇବାକୁ ପୁଟିନଙ୍କ ଯୋଜନା

Image Courtesy of Al Jazeera

ମସ୍କୋ : ରୁଷ୍‌ ୟୁ‌କ୍ରେନ୍‌ ଯୁଦ୍ଧ ଆରମ୍ଭ ହେବାର ୮ ଦିନ ପରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁକ୍ରେନ୍‌କୁ ନେଇ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ନାଟୋର ଚକ୍ରବ୍ୟୁହରେ ଫସିବାକୁ ୟୁକ୍ରେନ୍‌କୁ ଦିଆଯିବ ନାହିଁ ଏବଂ ରୁଷ୍‌ ନିଜର ସୁରକ୍ଷା ପାଇଁ ଏହି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ୟୁକ୍ରେନ୍‌ରେ ରୁଷ୍‌ ନିଜର ସ୍ବତନ୍ତ୍ର ସାମରିକ ଅଭିଯାନରେ ଦୃଢ଼ତାର ସହ ଆଗକୁ ବଢ଼ୁଛି ଏବଂ ନବ୍ୟ ନାଜିମାନଙ୍କ ସହିତ ଆମର ଲଢ଼େଇ ଚାଲିଛି। ୟୁକ୍ରେନ୍‌ର ନାଜିକରଣକୁ ରୋକିବା ଏହି ଅଭିଯାନର ବଡ଼ ଲକ୍ଷ୍ୟ ବୋଲି ପୁଟିନ କହିଛନ୍ତି। ଏହି ନବ୍ୟ ନାଜିମାନେ ଏବେ ଅସ୍ତ୍ର ଧରି ସାଧାରଣ ନାଗରିକଙ୍କ ଛଦ୍ମବେଶରେ ଲଢ଼େଇ କରୁଛନ୍ତି। ତେବେ ଖୁବ୍‌ଶୀଘ୍ର ଏହାର ପରିସମାପ୍ତି ଘଟିବ ବୋଲି ପୁଟିନ ଚେତାଇ ଦେଇଛନ୍ତି।

ରୁଷ୍‌ ସେନା ୟୁକ୍ରେନ୍‌ ନାଗରିକ ଏବଂ ବିଦେଶୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପରିବହନ ସୁବିଧା କରାଉଛି । ରାଷ୍ଟ୍ରବାଦୀଙ୍କ ଛଦ୍ମବେଶରେ ନବ୍ୟ ନାଜିମାନେ ଏବେ ରୁଷ୍‌ ବିରୋଧରେ ଲଢ଼େଇ କରୁଛନ୍ତି ଏବଂ ଏ ସଂପର୍କରେ ପ୍ରତ୍ୟେକ ୟୁକ୍ରେନବାସୀ ଅବଗତ ରହିବା ଆବଶ୍ୟକ ବୋଲି ପୁଟିନ କହିଛନ୍ତି। ୟୁକ୍ରେନ୍‌ରେ ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଆମ ଅଭିଯାନ ଅଟକିବ ନାହିଁ ବୋଲି ପୁଟିନ କହିଛନ୍ତି। ରୁଷ୍‌ର ପଡୋଶୀ ରାଷ୍ଟ୍ରମାନେ ରୁଷ-ୟୁକ୍ରେନ୍‌ ମାମଲାରେ ଅଯଥା ଉତ୍ତେଜନା ବଢ଼ାଇବା ଉଚିତ ନୁହେଁ। ସେମାନେ ଏଥିରୁ ଯଥାସମ୍ଭବ ଦୂରେଇ ରହିବାକୁ ପୁଟିନ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe