୨ ମାସ ପୂର୍ବେ ହତ୍ୟା ଉଦ୍ୟମରୁ ବର୍ତ୍ତିଛନ୍ତି ପୁଟିନ

Advertisment
ଆୟୁଷ ବଢ଼ାଇବାକୁ ହରିଣ ରକ୍ତରେ ସ୍ନାନ କରୁଛନ୍ତି ପୁଟିନ!

Image Courtesy of NDTV

ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨ ମାସ ପୂର୍ବେ ଏକ ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଛନ୍ତି। ୟୁକ୍ରେନ୍‌ର ଜଣେ ସାମରିକ ଅଧିକାରୀ ଏହା କହିଛନ୍ତି। ୟୁକ୍ରେନର ପ୍ରତିରକ୍ଷା ଗୁଇନ୍ଦା ମୁଖ୍ୟ ମେଜର ଜେନେରାଲ କିରିଲୋ ବୁଦାନଭଙ୍କ କହିବା ଅନୁଯାୟୀ କୃଷ୍ଣ ସାଗର ଏବଂ କାସପିଆନ ସାଗର ମଧ୍ୟରେ କାକେଶସ୍‌ ନିକଟରେ ଏହି ଅସଫଳ ଉଦ୍ୟମ ହୋଇଥିଲା। ପୁଟିନଙ୍କୁ ହତ୍ୟା ପାଇଁ ଏହି ଉଦ୍ୟମ ହୋଇଥିଲା। କିନ୍ତୁ ବିଭିନ୍ନ କାରଣରୁ ଏହା ଅସଫଳ ହୋଇଥିଲା। ଏହି ଘଟଣା ୨ ମାସ ପୂର୍ବେ ହୋଇଥିଲା ବୋଲି ମେଜର ଜେନେରାଲ କିରିଲୋ ବୁଦାନଭ କହିଛନ୍ତି। ପୁଟିନ୍‌ଙ୍କର ଏକ ସର୍ଜରି ହୋଇଥିବା ଖବର ମିଳିବାର କିଛି ଦିନ ପରେ ଏହି ଦାବି ହୋଇଛି। କିନ୍ତୁ ଏହା କେତେଦୁର ସତ ସେ ନେଇ କୌଣସି ବଳିଷ୍ଠ ପ୍ରମାଣ ନାହିଁ। ପଶ୍ଚିମ ଗଣମାଧ୍ୟମରେ ରୁଷ୍‌ ନେଇ ଅନେକ ମିଛ ଖବର ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe