Image Courtesy of Reddit
ମସ୍କୋ: ପାଶ୍ଚାତ୍ୟ ଓ ୟୁରୋପୀୟ ଦେଶମାନେ ଲାଗୁ କରିଥିବା କଟକଣା ରୁଷ୍କୁ ଅଧିକ ଶକ୍ତିଶାଳୀ କରିବ ଏବଂ ରୁଷୀୟ ସେନା ନାଜିବାଦକୁ ପରାସ୍ତ କରିବ ବୋଲି କ୍ରାଇମିଆ ବିଜୟ ବାର୍ଷିକୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୪,୦୦୦ ଡଲାର୍ ମୂଲ୍ୟର ଜ୍ୟାକେଟ୍ ପିନ୍ଧିଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଥିବା କଥା ‘ନେକ୍ଷ୍ଟା’ ରିପୋର୍ଟ କରିଛି।
ତେଣେ, ଯୁକ୍ତରାଷ୍ଟ୍ର ଆମେରିକାର ‘ଥିଙ୍କ୍ ଟ୍ୟାଙ୍କ୍’ ‘ସେଣ୍ଟର୍ ଫର୍ ଗ୍ଲୋବାଲ୍ ଡେଭ୍ଲପ୍ମେଣ୍ଟ୍’ କହିଛି ଯେ, ରୁଷ୍-ୟୁକ୍ରେନ୍ ଯୁଦ୍ଧ ୪୦ ନିୟୁତ ଜନତାଙ୍କୁ ଉତ୍କଟ ଦାରିଦ୍ର୍ୟରେ ପକାଇ ଦେଇପାରେ। କାରଣ ଏହି ଯୁଦ୍ଧ ପାଇଁ ବିଶ୍ବରେ ଖାଦ୍ୟ ପଦାର୍ଥର ଦର ୨୦୦୭ ଓ ୨୦୧୦ ଠାରୁ ଢେର୍ ବୃଦ୍ଧି ପାଇଛି।
ପେଣ୍ଟାଗନ୍ର ମୁଖ୍ୟ ମଧ୍ୟ କହିଛନ୍ତି, କେହି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷ୍ ମଧ୍ୟରେ ସଂଘର୍ଷ ଚାହାନ୍ତି ନାହିଁ। ୟୁକ୍ରେନ୍ରେ ଚାଲିଥିବା ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ଭାଗ ନେବନାହିଁ କି, ୟୁକ୍ରେନ୍ ଆକାଶ ପଥରେ ପହରା ଦେବା ପାଇଁ ‘ନୋ ଫ୍ଲାଇ ଜୋନ୍’ ଘୋଷଣା କରିବ ନାହିଁ।
Image Courtesy of India Todayକଟକଣା ଜାରି ହୋଇଥିବା ରାଜନୈତିକ ପ୍ରଭାବ ଥିବା ବିତ୍ତଶାଳୀ ରୁଷୀୟ ବ୍ୟବସାୟୀଙ୍କ ସମ୍ପତ୍ତିକୁ ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ର ମରାମତି କାମରେ ବ୍ୟବହାର କରାଯିବ ବୋଲି ୟୁରୋପୀୟ ସଂଘ ଆଲୋଚନା କରୁଥିବା କଥା ‘ବ୍ଲୁମ୍ବର୍ଗ’ ରିପୋର୍ଟ କରିଛି।
ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସ୍କି ମଧ୍ୟ କହିଛନ୍ତି ଯେ, ଏବେ ଆଲୋଚନା ପାଇଁ ସମୟ ଆସିଛି। ଶାନ୍ତି ସନ୍ଧି, ଆମର ଏବଂ ୟୁକ୍ରେନ୍ର ନିରାପତ୍ତା ହିଁ ଆପଣା ଭୁଲ୍ ଯୋଗୁଁ ରୁଷ୍ କରୁଥିବା ନିଜ କ୍ଷତି ସୁଧାରି ପାରିବ। ଏବେ ସାକ୍ଷାତ୍ ଓ ଆଲୋଚନାର ସମୟ। ୟୁକ୍ରେନ୍ର ଆଞ୍ଚଳିକ ଅଖଣ୍ଡତା ଏବଂ ବିଚାର ପାଇଁ ସମୟ ଆସିଛି। ନଚେତ, ରୁଷ୍ର ଏତେ କ୍ଷତି ହେବ ଯେ, ଆଗାମୀ କେତେ ପିଢ଼ି ଧରି ସେ କ୍ଷତି ଭରଣା କରାଯାଇ ପାରିବ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୋମା ମାଡ଼ରେ ଧ୍ବଂସ ହୋଇ ଯାଇଥିବା ମାରିଉପୋଲ୍ ଥିଏଟର୍ର ଧ୍ବଂସସ୍ତୂପରୁ ୧୩୦ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକ ସାଂଘାତିକ ଆହତ ହୋଇଥିଲେ ବି କାହାରି ମୃତ୍ୟୁ ସମ୍ବାଦ ଆସିନାହିଁ।
Follow Us