କିବ୍: ୟୁକ୍ରେନ୍କୁ ରୁଷ୍ ଆକ୍ରମଣରୁ ରକ୍ଷା କରିବା ପାଇଁ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି ପଶ୍ଚିମ ରାଷ୍ଟ୍ରମାନଙ୍କ ସହାୟତା ପାଇବାରେ ବିଫଳ ହୋଇଥିବାରୁ ଏବେ ରୁଷ୍ ସହ ଆଲୋଚନା ନେଇ ତାଙ୍କ ଆଭିମୁଖ୍ୟ ବଦଳାଇଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଜେଲେନସ୍କି ସିଧାସଳଖ ଆଲୋଚନା ପାଇଁ ଆଗ୍ରହୀ ବୋଲି ଆଜି ୟୁକ୍ରେନ୍ କର୍ତ୍ତୃପକ୍ଷ କହିଛନ୍ତି। ତେବେ ରୁଷ୍ର କଠୋର ସର୍ତ୍ତକୁ କୌଣସି ସ୍ଥିତିରେ ମାନିବି ନାହିଁ ବୋଲି ବାରମ୍ବାର ଘୋଷଣା କରୁଥିବା ଜେଲେନସ୍କିଙ୍କ ସହିତ ପୁଟିନ ସିଧାସଳଖ କଥାବାର୍ତ୍ତା ଚାହୁନାହାନ୍ତି। ୟୁକ୍ରେନ୍ର ଦୁଇଟି ପରମାଣୁ ପ୍ରତିଷ୍ଠାନକୁ ରୁଷ୍ ଦଖଲକୁ ନେଇଥିବା ବେଳେ ଏବେ ତୃତୀୟ ପରମାଣୁ ଶକ୍ତି କେନ୍ଦ୍ରକୁ ମଧ୍ୟ ଦଖଲ କରିବା ପାଇଁ ଅଭିଯାନ ଆରମ୍ଭ କରିଦେଇଛି। ଆଜି ଖାର୍କିଭରେ ଥିବା ପରମାଣୁ ଗବେଷଣା କେନ୍ଦ୍ର ଉପରେ ମଧ୍ୟ ରୁଷ୍ ଗୋଳା ମାଡ଼ କରିଛି। ଆସନ୍ତାକାଲି ବେଲାରୁଷ୍ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଆଲୋଚନା ଉପରେ ପୂରା ବିଶ୍ବର ନଜର ରହିଛି।
ପୁଟିନ୍-ଜେଲେନସ୍କି ସିଧାସଳଖ ଆଲୋଚନା ପାଇଁ ୟୁକ୍ରେନ୍ର ପ୍ରସ୍ତାବ
Advertisment
Follow Us